କ.ନୂଆଗାଁ ଥାନା ପକ୍ଷରୁ ଗଞ୍ଜେଇ ଜବତ, ମାଫିଆ ଗିରଫ 

ଓଡିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା କ.ନୂଆଗାଁ ଥାନା ପକ୍ଷରୁ ସୁରାପାଙ୍ଗା ନିକଟରେ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇ ସେଠାରେ ପହଞ୍ଚିଥିଲା। ଉକ୍ତ ସ୍ଥାନରେ ଚାଲାଣକାରୀ ଏକ ଟିଭିଏସ ରେଡନ ବାଇକ ନଂ ଓଡି ୩୨ ଏଚ ୩୧୨୩ ଯୋଗେ ଗଞ୍ଜେଇ ବସ୍ତା ଜବତ ହୋଇ ଥିବା ସୂଚନା ମିଳିଛି। ପୋଲିସ ସୂଚନା ଅନୁସାରେ ଉକ୍ତ ରାସ୍ତା ପାର୍ଶ୍ବରେ ଗଞ୍ଜେଇ ଚାଲାଣ କରିବା ପାଇଁ ଚାଲାଣକାରୀ ଅପେକ୍ଷା କରି ଥିବା ବେଳେ ପୋଲିସ ଉକ୍ତ ବାଇକକୁ ଥାନା ଓଆଇସି ଅଶୋକ କୁମାର ତ୍ରିପାଠୀ ଓ ଦମୟନ୍ତୀ ବେହେରାଙ୍କ ସହ ଅନ୍ୟତମ ଏଏସଆଇ ଉମାଶଙ୍କର ପେଡେଣ୍ଟି ସହିତ ପୋଲିସ କର୍ମଚାରୀ ମାନେ ଉକ୍ତ ଗଞ୍ଜେଇ ବସ୍ତା ଜବତ କରିଥିଲେ।ପରେ ମାଜିଷ୍ଟ୍ରେଟ ଭାବେ ବାଲିଗୁଡ଼ା ଅତିରିକ୍ତ ଉପ ଜିଲ୍ଲାପାଳ ରୁପକ କୁଜୁର ଓ କ.ନୂଆଗାଁ ପଞ୍ଚାୟତ ନିର୍ବାହୀ ଅଧିକାରୀ କେଶବ ଚନ୍ଦ୍ର କାମ୍ପ ପ୍ରମୁଖଙ୍କ ଉପସ୍ଥିତିରେ ଉକ୍ତ ଅଖାରେ ଥିବା ୧୮ କେଜି ୧୦୦ ଗ୍ରାମ ଗଞ୍ଜେଇ ଓ ବାଇକ ଜବତ କରିଥିଲେ। ଏ ସକ୍ରାନ୍ତରେ ଥାନା କେସ ନଂ ୮୭/୨୫ ରେ ଏକ ଏନଡିପିଏସ ମାମଲା ରୁଜୁ କରି ଆସାମୀ ତ୍ରିଲୋଚନ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଁସଦାଃ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.