ଶିକୁଳା ଗ୍ରାମରେ ସିଆରଏଫ ଯବାନ ସନ୍ତୋଷ ବେହେରାଙ୍କ ଅନ୍ତିମ ସଂସ୍କାର

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଛତିଶଗଡ଼ ବିଳାସପୁରରେ କାର୍ଯ୍ୟରତ ସିଆରପିଏଫ୍ ଯବାନ ତଥା ପୁରୁଷୋତ୍ତମ ପୁର ବ୍ଳକ ଶିକୁଳା ଗ୍ରାମର ବାସିନ୍ଦା ସନ୍ତୋଷ କୁମାର ବେହେରାଙ୍କ ଗତ ୧୯ ତାରିଖରେ ଅକାଳ ବିୟୋଗ ଘଟିଛି | ଆଜି ମରଶରୀରକୁ ସନ୍ତୋଷଙ୍କ ଗ୍ରାମକୁ ଅଣାଯିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇ ଥିଲା | ସନ୍ତୋଷଙ୍କ ପାର୍ଥିବ ଶରୀରକୁ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସତ୍କାର କରା ଯାଇଛି । ଭାରତ ମାତାକି ଜୟ ସନ୍ତୋଷ ଭାଇ ଅମର ରହେରେ ସାରା ଗାଁ ଓ ଶ୍ମଶାନ ଘାଟ ପ୍ରକମ୍ପିତ ହୋଇ ଥିଲା | ଗ୍ରାମର ଆବାଳ ବୃଦ୍ଧବନିତା ତାଙ୍କର ଶେଷଦର୍ଶନ କରିଥିଲେ । ବିରାଟ ଶୋଭାଯାତ୍ରାରେ ମରଶରୀରକୁ ଗ୍ରାମ ଶ୍ମଶାନକୁ ନିଆଯାଇଥିଲା । ଆଠରୁ ଅଧିକ ସେନା ଅଫିସର୍ ଓ ୧୨ ଜଣ ଗାର୍ଡ଼ ଉପସ୍ଥିତ ଥିଲେ | ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସନ୍ତୋଷଙ୍କୁ ଅନ୍ତିମ ବିଦାୟ ଦିଆଯାଇଥିଲା । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ବନିତା, ୫ ବର୍ଷର ପୁଅ ଓ ବାପା ଘନଶ୍ୟାମଙ୍କ ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ଘନଶ୍ୟାମ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ । ଗାଁର ସମିତି ସଭ୍ୟ କୁମୁଦ ବେହେରା ଓ ୩୬ ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜ ମନ ବେହେରା ଓ ଅନ୍ୟନ୍ୟ ନେତା କର୍ମୀ ଉପସ୍ଥିତ ଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.