କେନ୍ଦ୍ରୀୟ ବିଦ୍ୟାଳୟ ଶିକ୍ଷକ ଶେଷଦେବଙ୍କ ପରଲୋକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟର ଶିକ୍ଷକ ଶେଷଦେବ ବାଗଙ୍କ ପରଲୋକ। ଗତକାଲି ରାତି ୧୧ ଟା ସମୟରେ (୪୩) ବର୍ଷ ବୟସ ରେ ସୋନପୁର ଜିଲ୍ଲା ମୂଖ୍ୟ ଚିିକିତ୍ସାଳୟରେ ଚିକିତ୍ସାଧିନ ଅବସ୍ଥାରେ ପରଲୋକ ହୋଇଯାଇଛି। ସେ କିଛି ମାସ ହେବ ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଚିକିତ୍ସିତ ଥିଲେ। ପ୍ରଥମେ ସେ ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟରେ ପାଞ୍ଚ ବର୍ଷ କାମ କରିବା ପରେ ବଲାଙ୍ଗୀର କେନ୍ଦ୍ରୀୟ ବିଦ୍ୟାଳୟ କୁ ବଦଳି ହୋଇଥିଲା। ପରେ ପୁନଶ୍ଚ ସେ ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟକୁ ୨୦୨୩ ରେ ବଦଳିହୋଇ କାର୍ଯ୍ୟରତ ଥିଲେ। ତାଙ୍କ ଘର ଜିଲ୍ଳାର ଡୁଙ୍ଗୁରିପାଲି ଅଞ୍ଚଳରେ ହୋଇଥିବା ବେଳେ ଚାରି ମାସ ତଳେ ତାଙ୍କର ବାପା ଓ ମା ଉଭୟ ଙ୍କ ପରଲୋକ ହୋଇଥିବା ଜଣାପଡିଛି। ସେ ତାଙ୍କର ପତ୍ନୀ ଏବଂ ଏକ ଶିଶୁପୁତ୍ରକୁ ଛାଡି ଚାଲି ଯାଇ। ଏହି ଖବର ଜଣାପଡିବା ପରେ କେନ୍ଦ୍ରୀୟ ବିଦ୍ୟାଳୟର ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟ କର୍ମଚାରୀ ଗଭୀର ଶୋକ ପ୍ରକାଶ କରିବା ସହିତ ତାଙ୍କ ଆତ୍ମାର ସତଗତି ପାଇଁ ପ୍ରାର୍ଥନା କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.