ଭାଲିଆଯୋରରେ ରବି ଋତୁ ମାଣ୍ଡିଆର କ୍ରପ୍ କଟିଂ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ଭିଲିଆଯୋର ଗ୍ରାମର ଚାଷୀଙ୍କ କ୍ଷେତରେ ଶୁକ୍ରବାର ରବି ଋତୁ ମାଣ୍ଡିଆ ଚାଷର କ୍ରପ୍ କଟିଂ କରାଯାଇଛି। କୋକସରା ଶ୍ରୀଅନ୍ନ ଅଭିଯାନ ବିପିସି ସୁରେନ୍ଦ୍ର ଯୁଏଡ, ସିଆରପି ହେମାଙ୍ଗୀନି ହଂସ, ହିମାଂଶୁ ମାଝୀ, ସୁଶୀଲ ଭାଟି, ଗୋକୁଳ ଧମାଝୀ, ରାଜେନ୍ଦ୍ର ବାଗ, କୃଷକ ସାଥି ଗଜିନ୍ଦ୍ର ନାଗ ପ୍ରମୁଖଙ୍କ ଉପସ୍ଥିତରେ ଚାଷୀ ବିଶ୍ବମ୍ବର ନାଏକଙ୍କ ମାଣ୍ଡିଆ କ୍ଷେତ୍ରରେ ୫/୫ ମିଟର ସ୍ଥାନରେ କ୍ରପ୍ କଟିଂ କରାଯାଇଥିଲା। କଟା ଯାଇଥିବା ସବୁଜ ମାଣ୍ଡିଆ ଯାହାର ଓଜନ ପ୍ରାୟ ୧୦ କେଜି ହୋଇଥିଲା। ସହାୟକ ସଂସ୍ଥା ଦ ହ୍ୟୁମାନ୍ ଡେଭଲପମେଣ୍ଟ ଓ ଜୟ କୋକସରା ଅର୍ଗାନିକ ଫାର୍ମର ପ୍ରଡୁସର କମ୍ପାନୀ ଲିଂ ପକ୍ଷରୁ ସରକାରୀ ସ୍ତରରେ ଅଞ୍ଚଳର ଚାଷୀମାନଙ୍କୁ ମାଣ୍ଡିଆ ଚାଷ ନିମନ୍ତେ ବିହନ, ବୈଷୟିକ ସହାୟତା ଯୋଗାଇ ଦେବାସହ ଚାଷୀଙ୍କୁ ବ୍ୟାପକ ସଚେତନତା କରାଯାଇଥିଲା। ସୂଚନା ଯେ’ ବ୍ଳକର ବଡ଼ପୋଡ଼ାଗୁଡ଼ା, ଆମପାଣି, କାଉଡୋଲା, ଗୋତମୁଣ୍ଡା, ମହିମା ଆଦି ପଞ୍ଚାୟତର ୨୨ ଜଣ ଚାଷୀ ୮ ହେକ୍ଟର ଜମିରେ ମାଣିଆ ଚାଷ କରିଥିଲାବେଳେ ୧୫ ହେକ୍ଟର ଜମିରେ ଚାଷ ପାଇଁ ଲକ୍ଷ ରଖାଯାଇଥିଲା। ୨୦୨୫/୨୬ ଖରିଫ୍ ଋତୁରେ ବ୍ଳକର ବିଭିନ୍ନ ପଞ୍ଚାୟତର ୭୪୨ ହେକ୍ଟର ଜମିରେ ମାଣ୍ଡିଆ ଚାଷ ପାଇଁ ଲକ୍ଷ ରଖାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ଚାଷୀ ମାନଙ୍କୁ ମାଗଣାରେ ବିହନ, ବୈଷୟିକ ସହାୟତା, ବ୍ୟାପକ ସଚେତନତା କରାଯାଇଥିବା ଓ ମଣ୍ଡି ବ୍ୟବସ୍ଥା ଥିବାରୁ ଚାଷୀମାନେ ଉତ୍ସାହିତ ହୋଇ ମାଣ୍ଡିଆ ଚାଷ ଉପରେ ବିଶେଷ ଧ୍ୟାନ ନେଇ ଲାଭବାନ ହେବାର ଲକ୍ଷ ରଖିଛନ୍ତି। କ୍ରପ୍ କଟିଂ ସମୟରେ ସ୍ଥାନୀୟ ଚାଷୀ ବିଶମ୍ବର ନାଏକ, ଶିବ ପୁଝାରୀ, ବନସିଂ ଧମାଝୀ, ପ୍ରକାଶ ସାହୁ, ଘନଶ୍ୟାମ ପୁଝାରୀ, ରାମଚନ୍ଦ୍ର ଧମାଝୀ, ସୀତାରାମ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.