ସୋନପୁର ହରଡଖୋଲ ଛକ ନିକଟରେ ଦୁଲଦୁଲି ବାଦ୍ୟ ଗାଡି ଦୁର୍ଘଟଣା; ୨ ମୃତ ୮ ଗୁରୁତର

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ଆଜି ଭୋର ସକାଳୁ ସୋନପୁର -ବଲାଙ୍ଗୀର ଏନଏଚ ୫୭ ରାସ୍ତାର ହରଡ଼ଖୋଲ ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା l ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୮ ଜଣ ଗୁରୁତରଙ୍କୁ ସୋନପୁର ମେଡିକାଲ ରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି l ସେପଟେ କଟର ମେସିନ ସାହାଯ୍ୟରେ ସୋନପୁର ଦମକଳ ବାହିନୀ କର୍ମଚାରୀ ଗାଡି ଭିତରେ ଚାପି ହୋଇ ରହିଥିବା ଲୋକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି। ସୂଚନା ମୁତାବକ, ବରଗଡ଼ ଜିଲ୍ଲା ତୁରା ଗାଁର ଦିଲଖୁସ ଦୁଲଦୁଲି ବାଜା ଗାଡ଼ି ଗୁରୁବାର ରାମପୁର ନିକଟରୁ ବୌଦ୍ଧ ଜିଲ୍ଲା ମନମୁଣ୍ଡାକୁ ଏକ ବାହାଘରରେ ବାଜା ବଜାଇବାକୁ ଯାଇଥିଲେ। ସେଠାରେ ପ୍ରୋସେଶନ୍ ସାରି ଭୋର୍‌ରୁ ପୁଣି କଳାହାଣ୍ଡିକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ହରଡ଼ଖୋଲ ନିକଟରେ ରାସ୍ତା କଡକୁ ଓଲଟି ପଡ଼ିଥିଲା l ଫଳରେ ଗାଡିରେ ରହିଥିବା ଦୁଲଦୁଲି ଦଳର ୨୫ ଜଣଙ୍କ ମଧ୍ୟରୁ ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଥିବା ଜଣାଯାଇଛି l ମୃତକ ୨ ଜଣ ହେଲେ ମଣ୍ଟୁ ଛତ୍ରିଆ ଓ ସୁଦାମ ସିକା ବୋଲି ସୂଚନା ମିଳିଛି। ଏହି ଖବର ପାଇ ସୋନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.