ଓଡିଆ ବାର୍ତ୍ତା/ ତିର୍ତ୍ତୋଲ: ଯୁକ୍ତ ୨ ପରିକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ତିର୍ତ୍ତୋଲ ଆଦିକବି ସାରଳାଦାସ ମହାବିଦ୍ୟାଳୟ +୨ କଳାରେ ଛାତ୍ରୀ ରିୟା ବରାଳ ୫୦୭ ନମ୍ବର ରଖି ସର୍ବୋଚ୍ଚ ସ୍ଥାନ ଅଧିକାର କରିଛନ୍ତି । ଟପ୍ପର ହୋଇଥିବା ରିୟା ତାଙ୍କର ଏହି ସଫଳତା ପାଇଁ କଲେଜର ଅଧ୍ୟାପକ, ଅଧ୍ୟାପିକା ଓ ତାଙ୍କର ପିତା, ମାତା, ଭଉଣୀଙ୍କୁ ଶ୍ରେୟ ଦେଇଛନ୍ତି । ରିୟା ନୂଆପୋଖରୀ ଗ୍ରାମର ଅଜିତ କୁମାର ବରାଳ ଓ କଲ୍ୟାଣୀ ବରାଳଙ୍କ କନ୍ୟା ଅଟନ୍ତି ।