+୨ ପରୀକ୍ଷାରେ ଶ୍ରୀ ଏଜୁକେଶନ୍ ଟପ୍ପର ଆଶୁତୋଷ ଓ ରାକେଶଙ୍କୁ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଶ୍ରୀ ଏଜୁକେଶନ୍ ର ଟପ୍ପର ଆଶୁତୋଷ ଓ ରାକେଶଙ୍କୁ ଆଜି ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଚି । ଚଳିତ ବର୍ଷ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇସାରିଛି । ଏଥିରେ ମ.ରାମପୁର ବ୍ଲକ୍ ତୁଜୁଙ୍ଗ ଶ୍ରୀ ଏଜୁକେଶନର ଦୁଇ ଜଣ ଛାତ୍ର ୯୦% ରୁ ଉର୍ଦ୍ଧ୍ବ ରେ ରହିଛନ୍ତି ଏବଂ ପ୍ରଥମ ଶ୍ରେଣୀରେ ୧୦୩ ଜଣ ରହିଛନ୍ତି । ଏହି ଅବସରରେ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଏକ ଭବ୍ୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ମୁଖ୍ୟ ପରିଚଳକ ସରୋଜ ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ସପନ ପଟ୍ଟନାୟକଙ୍କ ସମେତ ସହ ଅଧ୍ୟକ୍ଷ ଅନିଶା ମିଶ୍ର ଓ ଅନ୍ୟମାନେ ମଞ୍ଚାଷୀନ ରହି ସଫଳତା ପାଇ ଥିବା ଦୁଇ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଏଜୁକେଶନ୍, ତୁଜୁଙ୍ଗ ଶହେ ପ୍ରତିଶତ ରେଜଲ୍ଟ ଦେଇଛି । ଆଶୁତୋଷ ଯୋଶୀ ୫୫୫ (୯୨.୫%), ଓ ରାକେଶ ଷଡଙ୍ଗୀ ୫୪୨(୯୦.୪%) ରଖି ଥିବା ବେଳେ ସମୁଦାୟ ୧୨୮ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୧୦୩ ପ୍ରଥମ, ୨୧ ଜଣ ଦ୍ବିତୀୟ ଓ ଜଣେ ତୃତୀୟ ସ୍ଥାନ ହାସଲ କରି ଉତ୍ତୀର୍ଣ୍ଣ ହୋଇଛନ୍ତି । ତେବେ ୯୦% ପ୍ରତିଶତରୁ ଅଧିକ ରଖିଥିବା ଆଶୁତୋଷ ମାଟ୍ରିକ ରେ ୭୮.୮% ଓ ରାକେଶ ୮୨.୮୩% ରଖି ପାଶ କରିଥିଲେ । କିନ୍ତୁ ଶ୍ରୀ ଏଜୁକେଶନ ଶିକ୍ଷା ଅନୁଷ୍ଠାନର ଏକ ନିଷ୍ଠ ଉଦ୍ୟମ ପାଇଁ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ନବେ ପ୍ରତିଶତ ରୁ ଅଧିକ ମାର୍କ ରଖି ସଫଳତା ହାସଲ କରିଛନ୍ତି । ଏହି ସଫଳତା ପାଇଁ ଶ୍ରୀ ଏଜୁକେଶନର ମନୋଜ କୁମାର ପତି, ସସ୍ମିତା ପତିଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତ୍ତା, ପରିଚାଳନା କମିଟିଙ୍କୁ ଅଭିନନ୍ଦନ ଜଣାଇ ଥିବା ବେଳେ ଏହି ସଫଳତା ପାଇଁ ଶ୍ରୀ ଏଜୁକେଶନ ଅଞ୍ଚଳରେ ଅଭିଭାବକଙ୍କ ଆତ୍ମବିଶ୍ବାସ ବୃଦ୍ଧି କରି ପାରିଛି । ରାକେଶଙ୍କ ବାପା ପ୍ରଦୀପ ଷଡ଼ଙ୍ଗୀ ଓ ମାତା ସଜ୍ଞାଞ୍ଜଳୀ ଷଡ଼ଙ୍ଗୀ ଉପସ୍ଥିତ ରହି ଥିବା ବେଳେ ରାକେଶ ଙ୍କ ବାପା ନିଜେ ଜଣେ ମନ୍ଦିର ପୂଜକ ହେଇ କିପରି ନିଜ ପୁଅକୁ ସ୍ୱଳ୍ପ ରୋଜଗାର ଥାଇ ସୁଦ୍ଧା ଶିକ୍ଷା ଦାନରେ ସହଯୋଗ କରିଥିଲେ ଏବଂ ଶ୍ରୀ ଏଜୁକେସନ କିଭଳି ତାଙ୍କୁ ସହଯୋଗ କରିଥିଲେ, ସେ ସମ୍ପର୍କରେ ଭାବ ବିହ୍ୱଳ ହୋଇ ନିଜ ଅନୁଭୂତି ପ୍ରକାଶ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ମ.ରାମପୁରର ଏକ ଗ୍ରାମୀଣ ଅଞ୍ଚଳରେ ରହି ଲଗାତାର ଭାବରେ ଶ୍ରୀ ଏଜୁକେଶନ୍ର ସଫଳତା, ଶିକ୍ଷା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିପାରିଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.