ଧାରା ୩୭୦ ହଟିବା ପରେ ବଲାଙ୍ଗିରରେ ଖୁସି ମନେଇଲା ବିଜେପି 

ବଲାଙ୍ଗିର,୬/୮ : ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଓ ଧାରା ୩୫ (କ) ଉଛେଦକୁ ସମର୍ଥନ ଜଣାଇ ବଲାଙ୍ଗିର ସହରରେ ବିଜୟ ଉତ୍ସବ ପାଳନ କରାଯାଉଛି । ଏହି ପ୍ରସଙ୍ଗ ଉପରେ ସାରାଦେଶରେ ଖୁସିର ଲହରୀ ଖେଳି ଯାଇଥିବାବେଳେ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ଖୁସିର ମାହୋଲ ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଦଳ ମିଷ୍ଠାନ ବଣ୍ଟନ ସହ ଆତସବାଜି କରି ଉତ୍ସବ ମନାଇଛି।

ଏହି ନିଷ୍ପତ୍ତି ଫଳରେ କାଶ୍ମୀରରୁ ଆତଙ୍କବାଦର ବିଳୋପ ହୋଇ ଶାନ୍ତି ବିରାଜମାନ କରିବ ବୋଲି ଆଶା କରାଯାଉଛି । ଧାରା ୩୭୦ ଯୋଗୁଁ ୧୯୮୯ ରୁ ୨୦୧୮ ମଧ୍ୟରେ ଜାମ୍ମୁ କାଶ୍ମିରରେ ୪୮ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । କେନ୍ଦ୍ର ସରକାରଙ୍କ କୋଟି କୋଟି ଟଙ୍କାର ସହାୟତା ପରେବି ଏହି ଅଞ୍ଚଳରୁ ଗରିବି ହଟିବାର ନାଁ ନେଇନାହିଁ । ଘାଟି ଅଞ୍ଚଳରେ ଝିଅ ବୋହୁ ମାନଙ୍କ ସହ ଜନଜୀବନ ଅସୁରକ୍ଷିତ ଭାବେ ଥିଲା । ଭାରତ ମଧ୍ୟରେ ଥିଲେବି ଜାମ୍ମୁ କାଶ୍ମୀରରେ ଅଲଗା ଶାସନ ବ୍ୟବସ୍ଥା ଥିଲା ।

କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତି ଫଳରେ ୩୭୦ ଧାରା ଉଚ୍ଛେଦ ହେବାସହ ଏହି ରାଜ୍ୟର ପୁନର୍ଗଠନ ହୋଇଛି । ଏବେ ଜମ୍ମୁ କାଶ୍ମୀର ଆଉ ଏକ ରାଜ୍ୟ ହୋଇ ରହିବନାହିଁ । ଏଥିରେ ଦୁଇଟି ନିୟମ କାର୍ଯ୍ୟକାରୀ ହେବନାହିଁ । 

ଏହାର ଏକ ଅଂଶ ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳ ହେବାସହ ଜମ୍ମୁ କାଶ୍ମୀର ବି କେନ୍ଦ୍ର ଶାସିତ ଅଞ୍ଚଳ ହେବ । ସରକାରଙ୍କ ଏହି ପଦକ୍ଷେପ ଫଳରେ ସାରା ଦେଶରେ ଗୋଟିଏ ସମ୍ବିଧାନ କାର୍ଯ୍ୟକାରୀ ହେବ ଯାହା ୭୦ ବର୍ଷ ଧରି ଦେଶ ବାସୀଙ୍କ କଥା ଅନେକ ଜନନାୟକଙ୍କ ସ୍ବପ୍ନ ଥିଲା ।

ଅପରାହ୍ନରୁ ବଲାଙ୍ଗିରରେ ସେଲେବ୍ରସନର ମାହୋଲ ପରିଳକ୍ଷିତ ହୋଇଛି । ଏଥିରେ ବିଜେପି ଦଳର ଯୁବ ନେତା ଅନନ୍ତ ଦାସ, ବିଜେପି ମିଡ଼ିଆ ସେଲ ପ୍ରବକ୍ତା ପ୍ରଭାସ ପାଣିଗ୍ରାହୀ ଙ୍କ ସହ ବରିଷ୍ଠ ବିଜେପି କର୍ମୀ ଙ୍କ ସହ ମହିଳା କର୍ମୀ ମଧ୍ୟ ସାମିଲଥିଲେ। ତେବେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ବଲାଙ୍ଗିର ବାସୀ ସ୍ୱାଗତ କରିଛନ୍ତି। ଯେଉଁଥିରେ ପରସ୍ପରକୁ ମିଷ୍ଠାନ ଖୁଆଇବା ରଙ୍ଗ ଲଗାଇ ଖୁସି ଜାହିର କରିଛନ୍ତି ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

ଧାରା ୩୭୦ ଉଚ୍ଛେଦ ନେଇ ଅବସରପ୍ରାପ୍ତ ସୈନିକ ସଂଘ,ବଲାଙ୍ଗିରର ସଭାପତି ପ୍ରତାପ ଚନ୍ଦ୍ର ରଥ କ’ଣ କହୁଛନ୍ତି ଆସନ୍ତୁ ସୁଣିବା ।

Report by : Sanjay kumar Mishra, Correspondent Bolangir 

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲନ୍ତୁ, ଲାଲ୍ ବେଲ୍ ବଟନ୍’ରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇବ୍ କରନ୍ତୁ ଏବଂ ସମସ୍ତ ଖବର ଓ ବିଚାର ସୂଚନା ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.