ରାୟଗଡା, ୭/୮: ଗତକାଲି ଠାରୁ ମୂଷଳଧାରାରେ ବର୍ଷା ଯୋଗୁଁ ରାୟଗଡ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ରାସ୍ତା ଉପରେ ଜଳ ପ୍ଲାବନ ହୋଇଥିବାବେଳେ ଅମ୍ବାଦୋଳା ଷ୍ଟେସନ ନିକଟସ୍ଥ ଖାଡିପୁଲିଆରେ ପ୍ରାୟ ୧୦୦ ମିଟର ପାଖାପାଖି ମାଟି ଧୋଇ ହୋଇଯାଇଛି । ରେଲୱେ ଟ୍ରାକ୍ ଧସି ମାଲବାହୀ ଟ୍ରେନ୍ର ୩ଟି ବଗି ଲାଇନଚ୍ୟୁତ ହୋଇଛି, ଫଳରେ ରାୟଗଡା – ଟିଟଲାଗଡ ମଧ୍ୟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଏହି ପଥ ର ବିଭିନ୍ନ ଟ୍ରେନକୁ ବାତିଲ କରିବା ସହ କିଛି ଟ୍ରେନ୍କୁ ଅନ୍ୟ ରୁଟ୍ରେ ଡାଇଭର୍ଟ କରାଯାଇଛି । ବିଭିନ୍ନ ସ୍ଥାନରେ ଯାତ୍ରିବାହି ଟ୍ରେନ୍ ଅଟକି ରହିଥିବାରୁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଜଣାଯାଇଛି ।