ଧନ୍ୟ ତୁମ ରାଜନୀତିି କୁ ସରକାର
ନେତା ହେଲେ ମାଲାମାଲ୍
ଗରିବ ଏଠି ଗରିବ ପୁଣି
ଚାଷୀ ହେଲେଣି ବେହାଲ୍ ।।
ଧନୀ ଏଠି ପୁଣି ଧନୀ ହୋଇଯାଏ
ଗରିବ କଥା କେ ପଚାରେ
ଚାଷୀ ଯେବେ ଚାଷ ବନ୍ଦ କରି ଦେବ
ତେବେ ଜାଣିବ ହେ ସର୍କାରେ ।।
ନେତା ମନ୍ତ୍ରୀ ଙ୍କ ଦରମା ବଢେ ଏଠି
ଚାଷୀ ଙ୍କ ବଢେନି ଜମା
ଚାଷୀ ଚାଷ କଲେ ଦୁନିଆ ବଞ୍ଚେ
କିନ୍ତୁ ଚାଷୀ ଙ୍କୁ ମିଳେ ନି ବିମା ।।
ଅନ୍ନଦାତା ଚାଷୀ ଭୋକ ଉପବାସେ
ହାରୁଛନ୍ତି ତାଙ୍କ ପ୍ରାଣ
ଦରଦ ଅଛି ଚାଷୀ ପ୍ରତି ଯଦି
ଚାଷୀ ଙ୍କୁ ଦିଅ ଧ୍ୟାନ ।।
ସବୁ ସୁବିଧା ଯୋଗାଇ ଚାଷୀ ଙ୍କୁ
ବଢାଅ ଫସଲ ମୂଲ୍ୟ
ଚାଷୀ ର ହକ୍ ଚାଷୀ ଙ୍କୁ ଦିଅ
ତେବେ ତୁମେ ଶ୍ରେଷ୍ଠ ତୁଲ୍ୟ ।।
ସ୍ନାତକୋତ୍ତର ଓଡିଆ ଛାତ୍ର
ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ ସମ୍ବଲପୁର
ମୋ-୭୮୯୪୯୩୨୨୮୪