ରାୟଗଡ ବ୍ଳକରେ ଭୋଟର ତାଲିକା ସଂଶୋଧନ ସଂପର୍କୀତ କର୍ମଶାଳା
ରାୟଗଡ ୮/୮ : ରାଜ୍ୟରେ ର୍ନିଭୁଲ ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଗତ ଅଗଷ୍ଟ ୧ତାରିଖ ଠାରୁ ଆରମ୍ଭ ହୋଇଯାଇଛି । ଏଥି ନିମନ୍ତେ ସମସ୍ତ ଜିଲ୍ଳାର ଜିଲ୍ଳାପାଳମାନଙ୍କୁ ଓଡିଶା ରାଜ୍ୟ ମୁଖ୍ୟ ନିର୍ବାଚନ ପଂଜୀକରଣ ଅଧକାରୀ ପତ୍ରସଂଖ୍ୟା ୧୩୦୦୬ ତା.୨୬/୭/୨୦୧୯ଅନୁଯାୟୀ ଏକ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ର୍ନିଘଂଟ କରିଛନ୍ତି । ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଳାର ସମସ୍ତ ବୁଥରେ ବୁଥସ୍ତରୀୟ ଅଧିକାରୀ ଓ ବୁଥ ସୁପରଭାଇଜର ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଥିବା ବେଳେ ରାୟଗଡ ବିଧାନସଭା ମଣ୍ଡଳିର ୨୯୮ଟି ବୁଥରେ ୨୯୮ଜଣ ବୁଥ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ଚଳିତ ବର୍ଷ ପାଇଁ ଚୟନ କରାଯାଇ ସେମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି । ଏହି ତାଲିମ କାର୍ଯ୍ୟକ୍ରମରେ ଆସନ୍ତା ୨୦୨୦ମସିହା ସୁଦ୍ଧା ଯୋଗ୍ୟ ଭୋଟରଙ୍କୁ ପଂଜୀକରଣ କରିବା, ଅଣପଂଜୀକୃତ ଭୋଟର, ମୃତ, ସ୍ଥାନାନ୍ତର ଭୋଟରଙ୍କ ଚିହ୍ନଟ କରିବା ଓ ନିଭୁଲ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଆରମ୍ଭ ହୋଇଥିବା ପ୍ରକ୍ରିୟା ସମ୍ବନ୍ଧରେ ଆଲୋଚନା କରାଯାଇଥିବା ବେଳେ ରାୟଗଡ ବ୍ଳକରେ ୨ଟି ଦଳରେ ୬୧ଜଣ ଲେଖାଁଏ ମୋଟ ୧୧୨ଜଣ ବୁଥ୍ ସ୍ତରୀୟ ଅଧିକାରୀ ଓ ୧୧ଜଣ ସୁପରଭାଇଜରଙ୍କୁ ତାଲିମ ପ୍ରଦାନ କରାଯାଇଛି ।
ବୁଧବାର ଦିନ ବ୍ଳକ ସଦଭାବନା ଗୃହରେ ଅନୁଷ୍ଠିତଏହି ଶିବିରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ମାଝି,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନୃସିଂହଚରଣ ପଟ୍ଟନାୟକ,ବିପିଇଓ ଗୋପାଳ ପଣ୍ଡା ଓ ଶିକ୍ଷକ ତଥା ସମ୍ବଳ ବ୍ୟକ୍ତି ନୀଳାଂଚଳ ମିଶ୍ର ଯୋଗ ଦେଇ ଭୋଟର ତାଲିକା ସଂଶୋଧନ ନିମନ୍ତେ ପୂର୍ବ ପ୍ରସ୍ତୁତି ଗୃହୱାରୀ ଭୋଟର ତାଲିକା ଯାଂଚ,ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ବିଷୟରେ ଆଲୋଚନା କରିଥିଲେ । ଅଗଷ୍ଟ ମାସରେ ଗ୍ରାମ୍ୟସ୍ତରରେ ଜନ ସଚେତନତା, ସେପ୍ଟେମ୍ବର ମାସରେ ଗୃହୱାରୀ ତଥ୍ୟ ଯାଂଚ ଓ ଅକ୍ଟୋବର ୧୫ତାରିଖ ଠାରୁ ନଭେମ୍ବର ୩୦ତାରିଖ ମଧ୍ୟରେ ଦାବି ଓ ଅଭିଯୋଗ ଗ୍ରହଣ ଓ ତାହାର ଶୁଣାଣୀ କରାଯିବାର କାର୍ଯ୍ୟକ୍ରମ ରହିଛି । ନଭେମ୍ବର ମାସର ୨,୩,୯ ଓ ୧୦ତାରିଖ ଦିନ ସ୍ୱତନ୍ତ୍ର ଦିବସ ଘୋଷଣା କରାଯାଇଛି । ସମସ୍ତ ଭୋଟରଙ୍କୁ ଭୋଟର ତାଲିକାରେ ନିଜ ତଥ୍ୟ ଯାଂଚ କରିବା ନିମନ୍ତେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମାଝି ପ୍ରକାଶ କରିଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in