ବେଲଟୁକୁରି ପରୀକ୍ଷେତ୍ର ସାହୁ ସମାଜର ବାର୍ଷିକ ଉତ୍ସବ

ନୂଆପଡା : ସଦର ବ୍ଲକ କୁଲିଆବନ୍ଧା ପଞ୍ଚାୟତର ଧନୋରା ଗାଁ ବସ୍ତିରେ ବେଲଟୁକୁରି ପରୀକ୍ଷେତ୍ର ସାହୁ ସମାଜର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପଡୋଶୀ ଛତିଶଗଡ଼ ରାଜ୍ୟ ମହାସମୁନ୍ଦର ସାଂସଦ ଚୁନ୍ନି ଲାଲ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଥିଲା ବେଳେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆ, ନୂଆପଡା ସଦର ବ୍ଲକ ଅଧ୍ୟାକ୍ଷା ତରେଶ୍ୱରୀ ସାହୁ, ଉପାଧ୍ୟାକ୍ଷ ଚିନି ଲାଲ ସାହୁ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାହୁ ସମାଜ ସଭାପତି ନାନୁକ ରାମ ସାହୁ ସଭାପତିତ୍ୱ କରିଥିବା ବେଳେ ସାଧାରଣ ସମ୍ପାଦକ ଧନୀରାମ ସାହୁ ପରିଚାଳନା କରିଥିଲେ । ବେଲଟୁକୁରି ପରୀକ୍ଷେତ୍ର ରେ ସାହୁ ସମାଜର ସାମାଜିକ, ସାଂସ୍କୃତିକ, ଆର୍ଥିକ, ଶିକ୍ଷା ତଥା ସମାଜର ବିଭିନ୍ନ ଦିଗରେ କିପରି ଭାବେ ଉର୍ନ୍ନତି ଓ ଉତ୍ଥାନ କରି ହେବ ସେ ଦିଗରେ ବିଶେଷ ଭାବେ ଆଲୋଚନା କରାଯଇଥିଲା । ପରୀକ୍ଷେତ୍ର ସାହୁ ସମାଜର ସମସ୍ତ କାର୍ଯ୍ୟକର୍ତ୍ତା ଓ ସଦସ୍ୟ ଗଣ ଏଥିରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

 

 

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

 

Click here to get daily News  & Views update 👇
https://bit.ly/OBgroup3

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.