ନୂଆପଡା,୧୩/୮ : ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବିରିଘାଟ ଗ୍ରାମ ପଂଚାୟତର ଆଶ୍ରମ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ବିଦ୍ୟାଳୟର ଶ୍ରେଣୀ ପ୍ରକୋଷ୍ଠ ମଧ୍ୟରେ ଛାତ୍ରୀ ଛାତ୍ର ମାନଙ୍କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଲଏବାନ ବାଗ ସଭାପତିତ୍ୱ କରିଥିବା ବେଳେ ସହକାରୀ ଶିକ୍ଷକ ଲୋକରଞ୍ଜନ ସୁନାନୀ ଓ ଟିକେରାମ ମେହେର ମଧ୍ୟ ସଭାରେ ଉପସ୍ଥିତ ରହି ଛାତ୍ରୀଛାତ୍ରଙ୍କୁ ସଚେତନତାର ବାର୍ତା ଦେଇ ଥିଲେ ।
ସଭା ଶେଷ ହେଲାପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଗଛ ଚାରା ଛାତ୍ରୀଛାତ୍ର ଓ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ରୋପଣ କରାଯାଇଥିଲା । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ମଧ୍ୟ ବିଦ୍ୟାଳୟର ସମସ୍ତ ଛାତ୍ରୀଛାତ୍ର ଭାଗ ନେବା ସହିତ ଗଛର ସୁରକ୍ଷା ଓ ପରିବେଶ ସୁରକ୍ଷା ଉପରେ ନିଜେ ସଚେତନ ହେବା ସହିତ ଅନ୍ୟ କୁ ସଚେତନ କରାଇବା ପାଇଁ ଶପଥ ନେଇ ଥିଲେ ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାଗ, ସହକାରୀ ଶିକ୍ଷକ ଉମାକାନ୍ତ ମେହେର, ମନୋଜ କୁମାର ହୋତା, ପ୍ରଦ୍ୟୁମ୍ନ କୁମାର ପତି, ଟିକେରାମ ମେହେର, ଭୈରବ ମେହେର , ମେଟ୍ରୋନ ସବିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ଏହି କାର୍ଯ୍ୟକ୍ରମ ରେ ସହକାରୀ ଶିକ୍ଷକ ଶ୍ରୀ ସୁନାନୀ ଓ ରୋଷେୟା ଘାସିରାମ ବାଗ ବିଶେଷ ଭାବେ ସହଯୋଗ କରିଥିଲେ ।