ବ୍ରେକିଂ : ରେଳଧାରଣା ଉପରେ ପାଣି, ପଛକୁ ଫେରୁଛି ଟିଟିଲାଗଡ-ହାୱାଡା ଇସ୍ପାତ ଟ୍ରେନ

ଟିଟିଲାଗଡ,୧୩/୮ : ଲଗାଣବର୍ଷା ଯୋଗୁଁ ବରପାଲି ନିକଟରେ ରେଳଧାରଣା ଉପରେ ପାଣି ପ୍ରବାହିତ ହେଉଥିବାରୁ ଟିଟିଲାଗଡ – ହାୱାଡା ସୁପରଫାଷ୍ଟ ଟ୍ରେନ ଆଉ ଆଗକୁ ଯାଇନପାରି ପଛକୁ ଫେରିବାକୁ ବାଦ୍ଧ ହେଉଛି । ପ୍ରାପ୍ତ ସୂଚନା ଆଧାରରେ ଆଜି ନିର୍ଦ୍ଧାରିତ ସମୟରେ ଟିଟିଲାଗଡ ରେଳ ଷ୍ଟେସନ ଠାରୁ 12872 DN ଟିଟିଲାଗଡ – ହାୱାଡା ଟ୍ରେନ ଛାଡିଥିଲା । ଟ୍ରେନଟି ବରପାଲି ଷ୍ଟେସନ ପହଞ୍ଚିବାକୁ କିଛି ସମୟ ବାକି ଥିବାବେଳେ ରେଳଟ୍ରାକ ଉପରେ ବର୍ଷା ପାଣି ଯାଉଥିବା ଦେଖାଯାଇଥିଲା । ଯାହାଫଳରେ ଟ୍ରେଟଟି ଆଉ ଆଗକୁ ଯାଇନପାରି ବର୍ତ୍ତମାନ ଟିଟିଲାଗଡ ରାସ୍ତାରେ ଫରୁଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଇସ୍ପାତ ଟ୍ରେନ ଡୁଙ୍ଗୁରିପାଲି ପାଖାପାଖି ହୋଇଛି । ଆଜି ସାଧାରଣ ଯାତ୍ରୀଙ୍କ ଛଡା ଅନେକ ଛାତ୍ର ଛାତ୍ରୀ ଓଟିଇଟି ପରିକ୍ଷା ଦେବାକୁ ଏହି ଟ୍ରେନରେ ସମ୍ବଲପୁର ଯାଉଥିଲେ । ବର୍ତ୍ତମାନ ଏହି ଟ୍ରେନ ଆଗକୁ ଯାଇନପାରିବା ଯୋଗୁଁ ଛାତ୍ରଛାତ୍ରୀ ମାନେ ପରିକ୍ଷା ଦେଇନପାରିବାର ଆଶଙ୍କା ସୃଷ୍ଟି ହୋଇଛି । ଏହାଛଡା ଯାତ୍ରୀମାନେ ମଧ୍ୟ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।

 

ଟିଟିଲାଗଡ ପ୍ରତିନିଧି ଭିଷ୍ମସେନ ମହାକୁରଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook 👇
http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.