କୁସୁମଖୁଣ୍ଟି ଆଞ୍ଚଳିକ ଯାଦବ ସମିତିର ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ସ୍ଥିତ ନୀଳକଣ୍ଠେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ରବିବାର କୁସୁମଖୁଣ୍ଟି ଆଞ୍ଚଳିକ ଯାଦବ ସମିତିର ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଛି।ସଭାପତି ସୁଦର୍ଶନ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ହିରଣ୍ୟ ବେହେରା ବୈଠକର ଉଦେଶ୍ୟ, ପୂର୍ବ ବୈଠକର ବିବରଣୀ ପଠନ, କାର୍ଯ୍ୟକାଳ ସମୟର ଆୟ ବ୍ୟୟ ହିସାବ ଓ ଦାୟିତ୍ୱ ହସ୍ତାନ୍ତର କରିଥିଲେ। ଏହି ବୈଠକରେ ଅତିଥି ଭାବେ କୋକସରା ବ୍ଲକ ଯାଦବ ସମିତି ସଭାପତି ଦ୍ୱାରିକାନାଥ ବାଗ, ସମ୍ପାଦକ ବିଦ୍ୟାଧର ଗହୀର, ଜିଲ୍ଳା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ବ୍ଲକ କର୍ମଚାରୀ ସଂଘ ସଭାପତି ପ୍ରେମଚାନ୍ଦ ଗୋପାଳ, ସମ୍ପାଦକ ଭାଗବତ କଟା, ମାଝୀଗୁଡା ଅଞ୍ଚଳ ସଭାପତି ପଞ୍ଚକ ପୋଡ଼, ବ୍ଲକ ଯାଦବ ସ୍ୱେଚ୍ଛାସେବୀ ଧବଳେଶ୍ୱର ଗହୀର, ଲକ୍ଷ୍ୟ ପୁଞ୍ଜି ଅତିଥି ଭାବେ ଯୋଗଦେଇଥିଲେ। ସର୍ବସମ୍ମତି କ୍ରମେ କୁସୁମଖୁଣ୍ଟି ଆଞ୍ଚଳିକ ଯାଦବ ସଭାପତି ଭାବେ ବଂଶୀଧର ବେହେରା, ଉପ ସଭାପତି ଚମାର ଚଣ୍ଡି, ସମ୍ପାଦକ ଟିକେଶ୍ୱର ରାଉତି, ସହ ସମ୍ପାଦକ ହରେକୃଷ୍ଣ ହାତୀ, କୋଷାଧ୍ୟକ୍ଷ ସୁଶାନ୍ତ ଭଇଁସାଲ, କର୍ମଚାରୀ ସଂଘ ସଭାପତି ଦୁର୍ମନ ବାଗ, ଯୁବଯାଦବ ସଭାପତି ତୁଳାରାମ ବେହେରା, ସମ୍ପାଦକ ମଙ୍ଗରାଜ ବେହେରାଙ୍କୁ ମନୋନୀତ କରାଯାଇଥିଲା।ସମସ୍ତ ପଦାଧିକାରୀ ଶପଥ ପାଠ ଗ୍ରହଣ କରି ସମାଜ କୁ ଆଗେଇ ନେବାପାଇଁ ଶପଥ ନେଇଥିଲେ।ବୈଠକରେ ଚିତ୍ରସେନ ବେମାଲ, ଘେନୁ ବେହେରା,ଖଗେଶ୍ୱର ବେମାଲ, ଲକ୍ଷ୍ମଣ ବେହେରା, କୁମୁଦ କାନ୍ତ ବେହେରା, ପରମେଶ୍ୱର କାଣ୍ଡ, ବନବିହାରୀ ରାଉତି, କୁଶଧର ବେହେରା, ବେଣୁଧର କାଣ୍ଡ, ବଳରାମ ରାଉତି, ନକୁଳଚନ୍ଦ୍ର ଗହୀର ସମେତ ଅଞ୍ଚଳର ଶତାଧିକ ଯାଦବ ମାନେ ଉପସ୍ଥିତ ରହିଥିଲେ। ନୂତନ ଭାବେ ଦାୟିତ୍ୱ ନେଇଥିବା ସମ୍ପାଦକ ଟିକେଶ୍ୱର ରାଉତ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.