ରାକ୍ଷୀ ପୂର୍ଣ୍ଣିମା : ଭାଇ ଭଉଣୀଙ୍କ ପାଇଁ ଆନନ୍ଦ ଉଲ୍ଲାସର ଦିନ

ସୋନପୁର,୧୪/୮ : ଗୁରୁବାର ଦିନ ଗହ୍ମା ପୂର୍ଣ୍ଣିମା । ଏହି ଦିନ ଭଗବାନ ବଳରାମଙ୍କ ଜନ୍ମ । ତାଙ୍କର ଜନ୍ମ ଦିନରେ ଗୋରୁ ଗାଈ ଆଦିଙ୍କୁ ପୂଜା କରିବା ଗୋ ସୁରକ୍ଷା ତଥା କୃଷକ ସମାଜ ପରସ୍ପର ମଧ୍ୟରେ ସୁ ସମ୍ପକୟ ରକ୍ଷା କରିବା ଉପରେ ମଧ୍ୟ ଗୁରୁତ୍ୱ ବହନ କରିଥାଏ । ଏହା ବ୍ୟତିତ ଭାଇ ଭଉଣୀର ପବିତ୍ର ବନ୍ଧନ ତଥା ଭଉଣୀ ସୁରକ୍ଷା କବଚ ଭାବେ ଭାଇ ସଦା ସର୍ବଦା ସାଥିରେ ସୁଖ ଦୁଃଖରେ ସାଥି ହେବ ବୋଲି ଭାଇ ହାତରେ ରାକ୍ଷୀ ବାନ୍ଧି ଗୁହାରୀ କରିଥାଏ ଭଉଣୀ ।

ତେବେ କର୍ମ କ୍ଳାନ୍ତ ଜୀବନରୁ କିଛିଟା ବିରାମ ମିଳିଥାଏ ସମସ୍ତେ ଏହି ମହତ୍ ଦିନ ପରିବାରିକ ଉତ୍ସବ ମନାଇବା ସହ ବିଭିନ୍ନ ପ୍ରକାର ପିଠାପଣା ନିଜ ଘରେ ତିଆରି କରିଥାନ୍ତି । ଦିଅଁ ଦେବତାକୁ ରାକ୍ଷୀ ପିନ୍ଧାଇବା ସହ ଗାଈ ଗୋରୁଙ୍କ ସିଙ୍ଘରେ ଚାଷୀ ରାକ୍ଷୀ ବାନ୍ଧି ପୂଜା କରିଥାଏ । କିନ୍ତୁ ପାଗରେ ପରିବର୍ତ୍ତନ ଯୋଗୁଁ ଏଥର ଚାଷ କାର୍ଯ୍ୟ ବିଶେଷ ଧିମ ଗତିରେ ଚାଲିଛି ଓ ଏପଟେ ବନ୍ୟା ପରିସ୍ଥିତି ଯୋଗୁ ରାକ୍ଷୀ ପୂର୍ଣ୍ଣିମା ଫିକା ପଡ଼ିବ ବୋଲି ଆଶଙ୍କା ଦେଖା ଦେଇଛି ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.