ତାରାତାରିଣୀ ମହାବିଦ୍ୟାଳୟର ଅଧ୍ୟାପିକା ସ୍ୱାଗତିକା ଦାଶଙ୍କୁ ଡକ୍ଟରେଟ୍ ଉପାଧି

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ତାରାତାରିଣୀ ମହାବିଦ୍ୟାଳୟର ଇତିହାସ ବିଭାଗର କୁଶଳ ଓ କର୍ତ୍ତବ୍ୟନିଷ୍ଠ ଅଧ୍ୟାପିକା ସୁଶ୍ରୀ ସ୍ୱାଗତିକା ଦାଶ ଡକ୍ଟରେଟ୍ (Ph.D.) ଉପାଧି ଅର୍ଜନ କରିଛନ୍ତି। ସେ ନିଜର ଗବେଷଣା ଶୀର୍ଷକ (Women in 19th Century Odisha: With Special Focus on Women in the Margins.) ଗବେଷଣାକାର୍ଯ୍ୟକୁ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଫେସର୍ ଡଃ ଶଙ୍କର୍ଷଣ ମଲ୍ଲିକଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ସଫଳତାର ସହ ପରିସମାପ୍ତ କରି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପିଏଚ୍‌ଡି ଉପାଧି ପାଇଛନ୍ତି। ତାଙ୍କର ଗବେଷଣାକୃତ୍ତିକୁ ସ୍ଥାନୀୟ ଇତିହାସ ଅଧ୍ୟୟନରେ ନୂତନ ଦିଗ ଖୋଲିଦେଇଛି ବୋଲି ଶିକ୍ଷାମହଳରେ ପ୍ରଶଂସା ମିଳୁଛି।ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଅଭିନନ୍ଦନ ଜଣାଇଥିଲେ। ଏହା ମହାବିଦ୍ୟାଳୟ ପାଇଁ ଗୌରବର ବିଷୟ ହେଉଥିବା ବେଳେ, ସ୍ୱାଗତିକା ଦାଶ ପରିଶ୍ରମ, ଶୃଙ୍ଖଳା, ଏବଂ ଗବେଷଣାଚେତନା ନିଶ୍ଚୟ ଭାବେ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରେରଣାସ୍ତ୍ରୋତ ହେବ ବୋଲି ମତପ୍ରକାଶ କରିଛନ୍ତି। ସ୍ୱାଗତିକା ଦାଶ ନିଜର ଉପାଧି ଅର୍ଜନ, ଏହି ସଫଳତା ପଛରେ ତାଙ୍କ ପରିବାର, ସହକର୍ମୀ ଓ ଛାତ୍ରମାନଙ୍କ ସମର୍ଥନ ରହିଛି। ସେ ଆଗାମୀରେ ମଧ୍ୟ ଶିକ୍ଷା ଓ ଗବେଷଣାକୁ ନିଷ୍ଠାର ସହ ଜାରି ରଖିବେ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.