ମଦନପୁର ରାମପୁର ତଲସାଗର ପଡ଼ା ମହାଲକ୍ଷ୍ମୀ ପୂଜା: ବିଦାୟ ନେଲେ ଧନଦାତ୍ରୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମ.ରାମପୁର ତଳ ସାଗର ପଡ଼ା ଠାରେ ଚାଲିଥିବା ମହାଲକ୍ଷ୍ମୀ ପୂଜା ପୂର୍ଣ୍ଣାହୁତି ସହ ସଂପନ୍ନ ହୋଇଛି। ମାଣବସା ଗୁରୁବାର ମହାଲକ୍ଷ୍ମୀ ପୂଜା କମିଟି ତରଫରୁ ଆୟୋଜିତ ଏହି ମହାଲକ୍ଷ୍ମୀ ପୂଜାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଆଜି ପୂର୍ଣ୍ଣାହୁତି ସହିତ ମାଆ ମହାଲକ୍ଷ୍ମୀଙ୍କ ଭସାଣୀ ପର୍ବ ଅନୁଷ୍ଠିତ ହୋଇଯାଇଛି। ସୁସଜ୍ଜିତ ମେଢ଼ରେ ମା’ଙ୍କ ମୃଣ୍ମୟୀ ପ୍ରତିମାକୁ ବାଦ୍ୟ, ଗୀତର ତାଳେ ତାଳେ ମହିଳା ପୁରୁଷ ମିଶି ନଗର ପରିକ୍ରମା ପରେ ହରିହର ସାଗରରେ ବିସର୍ଜନ କରିଥିଲେ। ଚଳିତ ବର୍ଷ ମା ମହାଲକ୍ଷ୍ମୀ ପୂଜା ଅବସର ରେ ପ୍ରଥମ ଦିନ ନୂତନ ମଣ୍ଡପ ପ୍ରତିଷ୍ଠା, ଦ୍ୱିତୀୟ ଦିବସ ରେ କଳସ ଯାତ୍ରା ଓ ନାଚ ଗୀତ ର ଧମାକା, ତୃତୀୟ ଓ ଚତୁର୍ଥ ସନ୍ଧ୍ୟା ରେ ମହିଳା ସଙ୍କୀର୍ତ୍ତନ, ଦୀପ ଯଜ୍ଞ ଓ ଆଜି ପୂର୍ଣ୍ଣାହୁତି ପୂଜା ଅନୁଷ୍ଠିତ ହୋଇ ଥିଲା। ପ୍ରତ୍ୟହ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଙ୍କ ପାଇଁ ଅନ୍ନ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମ କରାଯାଇଥିଲା। କର୍ତ୍ତା ସଞ୍ଜୀବ ସାହୁ, ଜ୍ୟୋସ୍ନା ରାଣୀ ସାହୁ ଙ୍କ ଦ୍ଵାରା ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇ ଥିବା ବେଳେ ପୂଜକ ଭାବେ ଅଶୋକ ତ୍ରିପାଠୀ, ଉଦ୍ଧବ ପଣ୍ଡା ଦାୟିତ୍ଵ ନିର୍ବାହ କରିଥିଲେ। ଆଜି ଛପନ ଭୋଗ ଓ ସନ୍ଧ୍ୟା ରେ ଦୀପ ଯଜ୍ଞ ଆୟୋଜନ କରା ଯାଇଥିଲା। ପୂଜା କମିଟି ଦତରଫରୁ କିଶୋର ନାଏକ, କୁନି ସାହୁ, ସବିତା ସାହୁ, ନିର୍ମଳା ବିଶି, ମୀରା ଦଣ୍ଡସେନା ଯଦୁମଣି ବିଶି, ପରମେଶ୍ବର ସାହୁ, ନିରଞ୍ଜନ ସାହୁ, ସର୍ବେଶ୍ଵର ସାହୁ, ନରେନ୍ଦ୍ର ମହାଖୁଡ, ଠାକୁର ଚରଣ ସାହୁ ,ଜୟନ୍ତୀ ସାହୁ, ନୀଳାମ୍ବର ସେଠ୍ , ମେଘ ସାହୁ, ବଳରାମ ମହାଖୁଡ, ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.