ଲାଞ୍ଜିଗଡ଼ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା-୨୦୨୫ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା-୨୦୨୫ ଉଦ୍‌ଯାପିତ ହୋଇଛି। ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ଏକ ଶୋଭାଯାତ୍ରାରେ ବାହାରି ସ୍ଥାନୀୟ ଭୈରବ ପୀଠରେ ପୂଜାର୍ଚ୍ଚନା ପୂର୍ବକ ମଶାଲ ଆଣିଥିଲେ। ସ୍କୁଲର ପ୍ରଧାନଶିକ୍ଷକ ଜମ୍ବେଶ୍ୱର ମାଝୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ବାର୍ଷିକ କ୍ରୀଡ଼ା ଉତ୍ସବର ପ୍ରଥମ ଦିନ ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ସୁରେନ୍ଦ୍ର ପ୍ରତାପ ସିଂ ଦେଓ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ସରପଞ୍ଚ ସ୍ୱରସ୍ୱତୀ ମୁଣ୍ଡା, ଲାଞ୍ଜିଗଡ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେଶନିଆ, ଯୁବ ସମାଜସେବୀ ଚନ୍ଦ୍ରଚୂଡ଼ ମହାଖୁଡ ପ୍ରମୁଖ ଯୋଗ ଦେଇଥିଲେ।ପ୍ରତିଯୋଗିତାରେ ଦୌଡ଼, ହାଇଜମ୍ପ, ଲମ୍ଵଜମ୍ପ,ସଟଫୁଟ,ଡିସସ୍କସ,ସ୍ଲୋଲ ସାଇକେଲିଙ୍ଗ,ସ୍କିପିଙ୍ଗ ଆଦି ପ୍ରତିଯୋଗିତା ହୋଇଥିଲା। ଏଥିର ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।ଅନୁଷ୍ଠିତ କ୍ରୀଡାର ଦ୍ୱିତୀୟ ଦିନ ଉଦଯାପିତ ସମାରୋହରେ ଲାଞ୍ଜିଗଡ଼ ସରପଞ୍ଚ ଶ୍ରୀମତୀ ମୁଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ଆଇନଜୀବୀ ରଘୁନାଥ ମହାଖୁଡ, ଲାଞ୍ଜିଗଡ଼ ପୂର୍ବ ସରପଞ୍ଚ ଚନ୍ଦ୍ରଧ୍ୱଜ ପେଶନିଆ, ଲାଞ୍ଜିଗଡ଼ ପୂର୍ବ ସରପଞ୍ଚ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ମଣି ମାଝୀ, ଲାଞ୍ଜିଗଡ଼ ଆରଆଇ ତାପସ ମିଶ୍ର, ଲଙ୍ଗଳବେଡା ଆରଆଇ ଚନ୍ଦ୍ର କୁମାର ନାଏକ ସାମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ।ଯୁବ ସମାଜସେବୀ ଚନ୍ଦ୍ରଚୁଡ ମହାଖୁଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିବା ବିଦ୍ୟାଳୟର ଦୁଇ ଶିକ୍ଷକ ବିନୋଦ ବାତ୍ରା ଏବଂ ନାଗେଶ୍ୱର ସାଙ୍କୁ ବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ।ଏହି କ୍ରୀଡ଼ା ପ୍ରତିଯୋଗିତାକୁ ସ୍କୁଲର ଖେଳ ଶିକ୍ଷୟିତ୍ରୀ ବନିତା ଧଙ୍ଗଡାମାଝୀ ଦୁଇ ଦିନ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଖେଳ ପରିଚାଳନା କରିଥିଲେ। ଶିକ୍ଷୟିତ୍ରୀ ଅମିତା ସ୍ୱାଇଁ,ଶିକ୍ଷକ ବିନୋଦ ବାତ୍ରା, ନାଗେଶ୍ୱର ସା,କାହ୍ନୁ ଚରଣ ଡାକୁଆ, ସିରିପୁରମ ମୋହନ ରାଓ,ଶୁନିଲକୁମାର ପାଠକ, ଶିକ୍ଷୟିତ୍ରୀ ରୋଜାଳିନୀ ପାଢ଼ୀ,ବିଷ୍ଣୁ ପ୍ରସାଦ ରାଉତ, ପ୍ରତାପ କୁମାର ବାରିକ, ସୁରେଶ ଚନ୍ଦ୍ର ପଟେଲ ଓ ଶୁଭଲଷ୍ମୀ ହୋତା ପ୍ରମୁଖ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.