ଲାଞ୍ଜିଗଡରେ ‘ଆମ ପୁଲିସ’ ଜନସମ୍ପର୍କ ସଚେତନତା କାର୍ଯ୍ୟକ୍ରମ

ଲାଞ୍ଜିଗଡ଼,୨୮/୮ : ଲାଞ୍ଜିଗଡ଼ ପୁଲିସ୍ ପକ୍ଷରୁ ‘ଆମ ପୁଲିସ’ ଜନସମ୍ପର୍କ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଲାଞ୍ଜିଗଡ଼ ଆଇଆଇସି ଚତୃଭୂଜ ନାଏକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ ମୁଖ୍ୟ ଅତିଥି, ତ୍ରିନାଥ ମହାଖୁଡ଼, ଅବସର ପ୍ରାପ୍ତ ଶିକ୍ଷକ ଉଦୟ କୁମାର, ସେନାପତି ନାଏକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ। ବେଆଇନ ମଦ କାରବାର, ଦାଦନ ସମସ୍ୟା,ଶିଶୁ ଶ୍ରମିକ, ଗୁଣିଗାରିଡି, ଜୁଆ, ସଟା ଖେଳ, ମହିଳା ଚାଲାଣ, ମଦ ପିଇକି ଗାଡି ଚଲାଇବା, ମୋବାଇଲ ଫୋନରେ କଥାହୋଇ ଗାଡି ଚଲାଇବା, ସଡକ ସୁରକ୍ଷା, କଣ କଲେ ପୁଲିସ ଓ ଲୋକଙ୍କ ମଧ୍ୟରେ ସମ୍ପର୍କ ବଢିବ ସେ ଉପରେ ଆଲୋଚନା ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ନିରଞ୍ଜନ ଆଚାର୍ଯ୍ୟ, ଗଙ୍ଗାଧର ମହାଖୁଡ଼, ପ୍ରଦୀପ ବହିଦାର, କୈଳସ ସାହୁ, କ୍ଷମାନିଧି ମହାଖୁଡ଼, ଦେବେନ୍ଦ୍ର ପ୍ରଧାନ, ଅଶ୍ୱିନୀ କୁମାର ରଥ ସହିତ ଲାଞ୍ଜିଗଡ଼ ଅଞ୍ଚଳର ଲୋକେ ଏଥିରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଏସ୍ଆଇ ବିପିନ୍ କୁମାର କୁଳଦୀପ ପରିଚାଳନା କରିଥିବା ବେଳେ ଏଏସ୍ଆଇ ଦେବେନ୍ଦ୍ର ତ୍ରିପାଠୀ, ଓଏଫ୍ ପିଏଫ୍ ପବିତ୍ର ମାଝୀ, କନିଷ୍ଟବଳ ମହେନ୍ଦ୍ର ସ୍ୱାଇଁ, ସନ୍ତୋଷ କୁମାର ମହାପାତ୍ର ଓ ଥାନାର କର୍ମଚାରୀ ସହଯୋଗ କରିଥିଲେ।

ଲାଞ୍ଜିଗଡ ପ୍ରତିନିଧି ଦୂଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇
http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.