କିଏ କରିବ ସହରବାସୀଙ୍କ ସୁରକ୍ଷା ଚିନ୍ତା ???

ଅଗ୍ନି ନିରାପତା ପ୍ରମାଣପତ୍ର ହାସଲ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ଗୁରୁତ୍ୱ ନାହିଁ – ରାୟଗଡ ଅଗ୍ନିଶମ ଅଧିକାରୀ

Omkar Vasthu
Omkar Vasthu

ରାୟଗଡ,୨୦/୧ : ଅଗ୍ନିକାଣ୍ଡ ଘଟଣାକୁ ହ୍ରାସ କରାଇବା ତଥା ଅଗ୍ନିଜନୀତ ଦୁର୍ଘଟଣାରୁ ଧନଜୀବନ ରକ୍ଷା କରିବା ପାଇଁ ହସ୍ପିଟାଲ, ସପିଙ୍ଗମଲ, ଶିଳ୍ପାନୁଷ୍ଠାନ ତଥା ସରକାରୀ
ହେଉ କିମ୍ବା ବେସରକାରୀ ସଂସ୍ଥା ଅଗ୍ନିଶମ ବିଭାଗ ନିକଟରୁ ଅଗ୍ନି ନିରାପତା ପ୍ରମାଣ ପତ୍ର ହାସଲ କରିବା ସମସ୍ତଙ୍କ ପାଇଁ ଜରୁରୀ । ଯାହାକୁ ନେଇ ରାଜ୍ୟ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରତ୍ୟେକ ସଂସ୍ଥା ଅଗ୍ନି ନିର୍ବାପକ ବ୍ୟବସ୍ଥା ପୂରଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ବିଭାଗ ପକ୍ଷରୁ ଏହି ବ୍ୟବସ୍ଥା ଯାଂଚ କରିବାରେ କୋହଳ ମନୋଭବ ରଖୁଥିବା ଯୋଗୁଁ ଅଗ୍ନି ନିରାପତା ପ୍ରମାଣ ପତ୍ର ତଥା ନିର୍ବାପକ ବ୍ୟବସ୍ଥା ପାଇଁ କେଉଁ ବି ସଂସ୍ଥା ଗୁରୁତ୍ୱ ଦେଉନାହାନ୍ତି । ଏହି କ୍ରମରେ ରାୟଗଡ ଜିଲ୍ଳାବାସୀ ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଜିଲ୍ଳାରେ ପାଖାପାଖି ୧୦ଲକ୍ଷରୁ ଉର୍ଦ୍ଧ ଜନସଂଖ୍ୟା ରହିଥିବା ବେଳେ ଗଢି ଉଠୁଥିବା ଶିଳ୍ପାନୁଷ୍ଠାନ, ହସ୍ପିଟାଲ, ସପିଙ୍ଗମଲ, ହୋଟେଲ, ଆପାର୍ଟମେଂଟ, ବ୍ୟବସାୟିକ ପ୍ରତିଷ୍ଠାନ, ବିଭିନ୍ନ କପା ଓ ଚାଉଳ ମିଲଗୁଡିକରେ ଅଗ୍ନି ନିରାପତା ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସରକାରଙ୍କ ଅଗ୍ନିଶମ ବିଭାଗର କଡା ନିୟମ ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କୈାଣସି ଯାଂଚ କରୁ ନ ଥିବାରୁ ସଂସ୍ଥାମାନେ ବିନା ଅଗ୍ନି ନିରାପତା ପ୍ରମାଣ ପତ୍ର ପାଇଁ ନିଜର ବ୍ୟବସାୟ ବୃଦ୍ଧି କରୁଥିବା ବେଳେ ଜନସାଧାରଣଙ୍କ ଧନଜୀବନ ପ୍ରତି ଦୃଷ୍ଟି ଦେଉ ନାହାନ୍ତି । ରାୟଗଡ ଜିଲ୍ଳା ଅଗ୍ନିଶମ ବିଭାଗରେ କର୍ମଚାରୀ ମରୁଡି ଦେଖାଦେଇଛି । ଜିଲ୍ଳା ସଦର ମହକୁମାରେ ଥିବ ଅଗ୍ନିଶମ ବିଭାଗରେ ୧୬ଜଣ ଆଗ୍ନିକ କର୍ମଚାରୀଙ୍କ ଆବଶ୍ୟକତା ରହିଥିବା ବେଳେ ମାତ୍ର ୭ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି । ଫଳରେ ଏତେ ବଡ ରାୟଗଡ ସହରରେ କୈାଣସି ସ୍ଥାନରେ ଭୟାବହ ଅଗ୍ନିକାଣ୍ଡ ଘଟିଲେ ଏହାକୁ ଉଚିତ ସମୟରେ ଆୟତ କରିବା ପାଇଁ ନାକେଦମ ହେବାକୁ ପଡୁଛି ବିଭାଗ କର୍ମଚାରୀମାନଙ୍କୁ । କର୍ମଚାରୀ ଅଭାବରୁ ଘଟଣାସ୍ଥଳକୁ ଡ୍ରାଇଭର, ହାବିଲଦାର ସହ ଆଗ୍ନିକ କର୍ମଚାରୀମାନେ ଯାଉଥିବା ବେଳେ କାର୍ଯ୍ୟାଳୟରେ ଉପସ୍ଥିତ ରହିିବା ପାଇଁ ମଧ୍ୟ କର୍ମଚାରୀ ଅଭାବ ପଡୁଥିବା ଦେଖାଦେଇଛି ।

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery

ସେହିପରି ଅନେକ କର୍ମଚାରୀମାନେ ବିଭିନ୍ନ ଜିଲ୍ଳାରୁ ନିୟୋଜିତ ହେଉଥିବାରୁ ରାୟଗଡ ସହର ତଥା ବ୍ଳକର ଅନେକ ଗ୍ରାମଗୁଡିକର ରାସ୍ତା ବିଷୟରେ ଅବଗତ ନ ଥିବାରୁ ଠିକ ସମୟରେ ଦମକଳ ସେବା ପଂହଚାଇବା କଷ୍ଟକର ହୋଇପଡୁଛି । ରାୟଗଡ ସହରରେ ହୋଟେଲ ସାଇ ଇଂଟରନ୍ୟାସନାଲକୁ ଛାଡି ଦେଲେ ଆଉ କୈାଣସି ତାରକା ହୋଟେଲ ଯଥା ହୋଟେଲ ତେଜସ୍ୱୀ ଇଂଟରନ୍ୟାସନାଲ ହେଉ ଅଥବା ଅନ୍ୟଗୁଡିକର ମାଲିକମାନେ ଦୀର୍ଘ ବର୍ଷ ଧରି ବିନା ଅଗ୍ନି ନିରାପତା ପ୍ରମାଣ ପତ୍ର ଦ୍ୱାରା ନିଜର ବ୍ୟବସାୟ ଚଳାଇଛନ୍ତି । ସେହିପରି ରାୟଗଡ ସହରରେ ଦିନକୁ ଦିନ ବଡ ବଡ ଅଟ୍ଟାଳିକାଗୁଡିକ ଛତୁ ଫୁଟିଲା ପରି ନିର୍ମାଣ ହେଉଥିବା ବେଳେ ଏଗୁଡିକରେ ମଧ୍ୟ ଅଗ୍ନି ନିର୍ବାପକ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉ ନ ଥିବା ପରିଲିକ୍ଷିତ ହେଉଛି । ସହରରେ ବର୍ତମାନ ସପିଙ୍ଗମଲ ଗୁଡିକ ନୂତନ ଭାବେ କାର୍ଯ୍ୟକ୍ଷମ ହେଉଥିବା ବେଳେ ଏଗୁଡିକ ମଧ୍ୟ ବିନା ଅଗ୍ନି ନିରାପତା ପ୍ରମାଣ ପତ୍ର ଦ୍ୱାରା ଚାଲୁଥିବା ଅଭିଯୋଗ ହେଉଛି । କୈାଣସି ଉତ୍ସବ ତଥା କାର୍ଯ୍ୟକ୍ରମ ହେଲେ ରାୟଗଡ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଅଗ୍ନିଜନୀତ ଦୁର୍ଘଟଣାକୁ କିଭଳି
ଏଡାଇ ହେବ ସେ ନେଇ ନିଆଁ ଲିଭା ପ୍ରଣାଳୀଗୁଡିକ ମକଡ୍ରିଲ ମାଧ୍ୟମରେ ସଚେତନତା କରୁଛନ୍ତି । ବର୍ତମାନ ସୁଦ୍ଧା ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଜି-୫ବିଶିଷ୍ଠ କୋଠା ଅଗ୍ନିଶମ ବିଭାଗର ଅଗ୍ନି ନିରାପତା ପ୍ରମାଣ ପତ୍ର ପାଇ ନ ଥିଲେ ମଧ୍ୟ କାର୍ଯ୍ୟକ୍ଷମ ହେଉଛି । ଜିଲ୍ଳାରେ ଉତ୍କଳ ଆଲୁମିନା, ଜେକେ କାଗଜ କଳ, ଇମ୍ଫା ଆଦି ବଡ ବଡ ଶିଳ୍ପାନୁଷ୍ଠାନଗୁଡିକ ରହିଛି । ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ବିଷାକ୍ତ
ଗ୍ୟାସ ଲିକ ହେଲେ ଦୁର୍ଘଟଣା ରୋକିବା ନିମନ୍ତେ ଅଧିକାରୀ ଓ ଶ୍ରମିକମାନଙ୍କୁ ମକଡ୍ରିଲ ମାଧ୍ୟମରେ ସଚେତନ କରାଯାଉଛି । ସେହିପରି ରାୟଗଡ ସହରରେ ଥିବା ବଡ ବଡ ତାରକା
ହୋଟେଲଗୁଡିକ ସମ୍ମିଳନୀ କକ୍ଷଗୁଡିକରେ ବିବାହ, ସଭା, ସମିତି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ବିନା ଅଗ୍ନି ନିର୍ବାପକ ବ୍ୟବସ୍ଥା ଓ ଅଗ୍ନି ନିରାପତା ପ୍ର୍ରମାଣ ପତ୍ରରେ ଚାଲିବାକୁ ମାଲିକମାନେ ଭଡା ନେଉଛନ୍ତି । ତେବେ କୈାଣସି ଅଗ୍ନି ଜନୀତ ଦୁର୍ଘଟଣା ଘଟିଲେ ଏକାଥରକେ ଏତେ ସଂଖ୍ୟକ ଲୋକଙ୍କ ଧନଜୀବନରେ କ୍ଷତି ହେଲେ ଦାୟୀ କିଏ ରହିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ସହରର ସମସ୍ତ ହୋଟେଲ, ସପିଙ୍ଗମଲ, ହସ୍ପିଟାଲ ସହ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକରେ ଅଗ୍ନି ନିରାପତା ପ୍ରମାଣ ପତ୍ର ହାସଲ ଓ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବା ପାଇଁ ଦୁଇ ଦୁଇ ଥର ନୋଟିସ କରାଯାଇଥିବା ବେଳେ କୈାଣସି ବି ସଂସ୍ଥା ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବାରୁ ସରକାରଙ୍କ ଅଗ୍ନିଶମ ବିଭାଗ ଏନବିସି-
୨୦୧୭ ନିୟମ ପ୍ରକାରେ ଯାଂଚ କରାଯାଇ ସଂପୃକ୍ତ ସଂସ୍ଥାମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାୟଗଡ ଅଗ୍ନିଶମ ଅଧିକାରୀ କେ.ସୁନାନୀ
ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ odiabarta.in

__________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.