ପତାକା ଉତ୍ତୋଳନ କରିବେ ତହସିଲଦାର ସୟଦ ଇସାକ ମଦିନା
କଳାହାଣ୍ଡି,୨୧/୧(ହେମନ୍ତ ସାହୁ) : ମ.ରାମପୁର ପଂଚାୟତ ସମିତି ସଭାଗୃହରେ ସୋମବାର ଦିନ ୭୦ତମ ସାଧାରଣତନ୍ତ୍ର ଦିବସ ପାଳନକୁ ନେଇ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଥିବାବେଳେ ଏଥିରେ ତହସିଲଦାର ସୟଦ ଇସାକ ମଦିନା, ବିଡ଼ିଓ ରୁମାନା ଜାଫ୍ରି, ସରପଞ୍ଚ ଚିତ୍ତ ରଂଜନ ବାଗ, ସମିତି ସଭ୍ୟ କବି ନାଗ ମଂଚାସୀନ ରହିଥିଲେ । ପ୍ରାରମ୍ଭରେ ବରିଷ୍ଠ କିରାଣୀ ବିଭାଷ କୁମାର ଚାନ୍ଦ ଗତବର୍ଷର ବିବରଣୀ ପାଠ କରିବାପରେ ଚଳିତ ବର୍ଷ ନିମନ୍ତେ ବିଭିନ୍ନ ବିଭାଗରେ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ଚଳିିତ ବର୍ଷ ଦୁର୍ଗାମାଧବ ସରକାରୀ ବିଦ୍ୟାଳୟ ଖେଳପଡ଼ିଆରେ ସର୍ବସାଧାରଣ ପତାକା ଉତ୍ତୋଳନ ସକାଳ ୮ଘଂଟା ୧୫ ମିନିଟ ସମୟରେ ହେବାକୁ ନିଷ୍ପତି ହୋଇଥିବାବେଳେ ମୁଖ୍ୟଅତିଥିଭାବରେ ତହସିଲଦାର ସୟଦ ଇସାକ ମଦିନା ପତାକା ଉତ୍ତୋଳନ କରିବେ ।
__________________________________________