ନର୍ଲା,୨୧/୧ : ମୟୂରଭଂଜ ଜିଲ୍ଲା ବଡ଼ସାହି ଠାରେ ଥିବା ବାଣୀପିଠର ଚାଳିଶିତମ ବାର୍ଷିକ ଉତ୍ସବ ତଥା ରାଜ୍ୟ ସ୍ତରୀୟ ପ୍ରତିଭା ସମ୍ମାନ ସମାରୋହରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର କବି ଅରୁଣ କୁମାର ପ୍ରଧାନୀ ନିତ୍ୟାନନ୍ଦ ସ୍ମୃତିସମ୍ମାନ, ଅସୁରଗଡ଼ର କବି ପିତାମ୍ବର ଗଉଡ଼ ଚନ୍ଦ୍ରଶେଖର ସ୍ମୃତି ସମ୍ମାନ, ନର୍ଲାର ଶିଶୁ କବୟତ୍ରୀ ସୁଶ୍ରୀ ଝରଣା ପ୍ରଧାନୀ ଆମ ସୁନାଚାନ୍ଦ ସମ୍ମାନରେ ସମ୍ମାନିତ ହୋଇଥିବା ବେଳେ କେସିଙ୍ଗା ବ୍ଲକ ଜୁଜୁରାଙ୍ଗର କବି ରମାକାନ୍ତ ସିଂ ସାହାଣୀ ଦିନବନ୍ଧୁ ସ୍ମୃତି ସମ୍ମାନରେ ସମ୍ମାନିତ ହୋଇଛନ୍ତି ।
ବାଣୀପିଠ ପ୍ରତିଷ୍ଠାତା ପଣ୍ଡିତ ଲକ୍ଷ୍ମୀଧର ରାଉତ, ଡକ୍ଟର ପଦ୍ମଲୋଚନ ମହାକୁଡ଼ ଓ କବୟତ୍ରୀ ସସ୍ମିତା ଦାସ ଏହି ୪ ଜଣଙ୍କୁ ପୁରସ୍କାର, ମାନପତ୍ର, ଉପଢ଼ୋକନ ଦେଇ ସମ୍ମାନିତ କରିଥିଲେ । ପୁରସ୍କୃତ କବି କବୟତ୍ରୀ ମାନଙ୍କୁ ନର୍ଲା, କେସିଙ୍ଗା ସମେତ ଜିଲ୍ଲାର ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ଓ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।