ଯାଦବେନ୍ଦ୍ର ସାହା
ସତରେ କି ସୁନ୍ଦର
ସେ ଅମାବାସ୍ୟାର
ଘନଘୋର ଅନ୍ଧାର
ଯାହା ଭିତରେ
ଆଜି ମୁଁ ଅନୁଭବ କରେ
ମୋ’ ପ୍ରେୟସୀର
ଅଭିିମାନୀ ମୁହଁ
ଶାନ୍ତ ସ୍ନିଗ୍ଧ ପରଶରେ ଯା’ର
ଭୁଲିଯାଇହୁଏ
ଯୁଗଯୁଗର ଯନ୍ତ୍ରଣା
ଭାଗ୍ୟରେ ଥିଲେ ମିଳେ ସିନା
ମୋ’ ପ୍ରାଣପ୍ରିୟା ସହ
ଏମିତି ଏକ ନିର୍ଜନ ଅନ୍ଧକାର ।
ମୋ: ୯୯୩୮୭୧୧୭୦୫