ଆଜାଦ ହିନ୍ଦ ୟୁଥ ଆସୋସିଏସନ ପକ୍ଷରୁ ନେତାଜୀଙ୍କ ୧୨୩ ତମ ଜନ୍ମ ଶତବାର୍ଷିକୀ ପାଳିତ

ରକ୍ତଦାନ ଶିବିର ସହ ଲାଇବ୍ରେରୀ ଓ ଇ-ଲାଇବ୍ରେରୀର ଶୁଭାରମ୍ଭ

ରାୟଗଡ,୨୪/୧ : ବ୍ରିଟିଶ ଶାସନରୁ ଦେଶକୁ ମୁକ୍ତ କରିବା ତଥା ସ୍ୱାଧୀନତା ଆଣିବାରେ ଇଂରେଜ ଶାସନକୁ ଦୋହାଲାଇ ଦେଇଥିବା ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୩ତମ ଜନ୍ମ ଶତବାର୍ଷିକୀ ମହାସମାରୋହରେ ରାୟଗଡ ଆଜାଦ ହିନ୍ଦ ୟୁଥ ଆସୋସିଏସନ ପକ୍ଷରୁ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ଦୁଇ ଦିନ ଧରି ଅନୁଷ୍ଠିତ ହେବାକ ଥିବା କାର୍ଯ୍ୟକ୍ରମର ପ୍ରଥମ ଉଦଘାଟିତ ଉତ୍ସବରେ ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର କୁମାର ଦାସ, ପୂର୍ବତନ ବିଧାୟକ ତଥା ରାୟଗଡ ଜିଲ୍ଳା ବିଜେଡି ଦଳର ପର୍ଯ୍ୟବେକ୍ଷକ ସଂଜୟ କୁମାର ଦାସବର୍ମା, ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ରାଜନୀତି ବିଞାନର ଅଧ୍ୟାପକ ତଥା ସ୍ଥାୟୀ ଲୋକ ଅଦାଲତର ସଦସ୍ୟ ପ୍ରଫେସର ଦୁଷ୍ମନ୍ତ କୁମାର ମହାନ୍ତି ପ୍ରମୁଖ ମଂଚାସୀନ ହୋଇଥିଲେ ।

ଅତିଥିମାନେ ନେତାଜୀଙ୍କ ଫୋଟରେ ପୁଷ୍ପମାଲ୍ୟ ଅର୍ପଣ ସହ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ନେତାଜୀ ସୁବାଷ ଚନ୍ଦ୍ର ବୋଷ ଭାରତକୁ ସ୍ୱାଧୀନତା ଆଣିବାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଥିବାରୁ ତାଙ୍କର ବଳିଦାନ ଓ ଆଦର୍ଶ ଜୀବନ ସଂପର୍କରେ ଅତିଥିମାନେ ନିଜ ନିଜ ମତବ୍ୟକ୍ତ କରିି ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ୟୁଥ ଆସୋସିଏସନର କଳାକାରମାନଙ୍କ ଦ୍ୱାରା ପ୍ରାରମ୍ଭିକ
ସଂଗୀତ ଗାନ କରାଯାଇଥିଲା ଏବଂ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ସମ୍ବଲପୁରୀ, ଓଡିଶୀ, ଢେମସା ଓ ଦେଶାତ୍ମକବୋଧ ସଂଗୀତ ଉପରେ ପିଲାମାନଙ୍କ ଦ୍ୱାରା ସୁନ୍ଦର
ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୟୁଥ ଆସୋସିଏସନର ସଭାପତି ପ୍ରଦୀପ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ବିନାୟକ କର
ଆସୋସିଏସନର ଗଠନ ଏବଂ କରାଯାଉଥିବା ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡିକ ଉପରେ ବିବରଣୀ ପାଠ କରିଥିବା ସହ ମଂଚ ପରିଚାଳନା କରିଥିଲେ । ସେହିପରି ଏହି ଅବସରରେ ସକାଳେ ୟୁଥ ଆସୋସିଏସନ କ୍ଳବ ଠାରେ ଜାତୀୟ ପତାକା ଉତୋଳନ କରାଯାଇଥିବା ବେଳେ ଆସୋସିଏସନର ସଦସ୍ୟ ଓ ଆମ ଓଡିଶା ପକ୍ଷରୁ ଅନୁଷ୍ଠିତ ରକ୍ତଦାନ ଶିବିର ଓ ଲାଇବ୍ରେରୀ ସହ ଇ-ଲାଇବ୍ରେରୀର ଶୁଭାରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସଭା ସାଂସଦ ଏନ.ଭାସ୍କର ରାଓ ଯୋଗ ଦେଇ ଶୁଭାରମ୍ଭ କରିଥିଲେ । ସେହିପରି ରକ୍ତଦାନ ଶିବିରରେ ୪୦ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.