ରାୟଗଡ,୨୪/୧ : ରାୟଗଡ ସହରର ଗାୟତ୍ରୀ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ନୂତନ ପରିଚାଳନା ସମ୍ଭାଗ ସଂଯୋଜକ ବିଶ୍ୱମ୍ବର ଦ୍ୱାରିଙ୍କ ଉପସ୍ଥିତିରେ ଗଠନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସର୍ବସମ୍ମତି କ୍ରମେ ନୂତନ ପରିଚାଳନା ସମିତିର ସଭାପତି ଭାବେ ପ୍ରଫେସର ଡି.ଶଶୀଧରନ ପିଲାଇ, ଉପସଭାପତି ଭାେ ହରିଣଚନ୍ଦ୍ର ଦାସ, ସଂପାଦକ ଡାକ୍ତର ସୁନୀଲ କୁମାର ମହାପାତ୍ର, ଯୁଗ୍ମ ସଂପାଦକ ରମେଶ କୁମାର ନନ୍ଦ, କୋଷାଧ୍ୟକ୍ଷ ସଂଜୀବ କୁମାର ଦାସ, ସଭ୍ୟା ଶ୍ରୀମତି ପ୍ରଣିତା କୁମାରୀ ନାୟକ, ଶ୍ରୀମତି ବବିତା ମାଣ୍ଡାଙ୍ଗି ଏବଂ ଆଚାର୍ଯ୍ୟ ପ୍ରତିନିଧି ରୂପେ ଶ୍ରୀକାନ୍ତ କୁମାର ରାଉତ ମନୋନୀତ ହୋଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ହୃଦୟାନନ୍ଦ ପଣ୍ଡା, କୋଷାଧ୍ୟକ୍ଷ ଶ୍ରୀମତି ସବିତା ମିଶ୍ର ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଳ ଚରଣ ସ୍ୱାଇଁ ଉପସ୍ଥିତ ରହିଥିଲେ । ବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥା ଏବଂ ଉନ୍ନତି ବିଷୟରେ ଆଲୋଚନା କରାଯାଇ ବୈଠକ ସମାପ୍ତ କରାଯାଇଥିଲା ।