ନେତାଜୀ ଜୟନ୍ତୀରେ ରାଷ୍ଟ୍ରିୟ ସ୍ୱଂୟ ସେବକ ସଂଘର ପଥ ସଂଚଳନ କାର୍ଯ୍ୟକ୍ରମ

ରାୟଗଡ,୨୪/୧ : ନେତାଜୀ ସୁବାଷଚନ୍ଦ୍ର ବୋଷଙ୍କ ୧୨୩ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ରାୟଗଡର ରାଷ୍ଟ୍ରିୟ ସ୍ୱଂୟ ସେବକ ସଂଘ ତରଫରୁ ରାୟଗଡ ନଗର କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାୟଗଡ ସ୍ୱଂୟଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର କେ.ସଲଭା ରାଜୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଜିଲ୍ଳା ସଂପର୍କ ପ୍ରମୁଖ ପ୍ରଭାତ ମହାପାତ୍ର ଯୋଗ ଦେଇ ନେତାଜୀଙ୍କ ଜୀବନ ଆଦର୍ଶ ଓ ରାଷ୍ଟ୍ର ପ୍ରତି ସର୍ମପଣ ଭାବର ପ୍ରେରଣାର ଉତ୍ସ ରୁପେ ତାଙ୍କ ବକ୍ତବ୍ୟରେ ସମସ୍ତ ସ୍ୱଂୟ ସେବକମାନଙ୍କୁ ଉଦବୋଧନ ଦେଇଥିଲେ । ପରେ ଅପରାହ୍ନ ୨ଟା ସମୟରେ ରାୟଗଡ ନଗରରେ ବାଲ ସ୍ୱଂୟସେବକ ମାନଙ୍କୁ ନେଇ ଏକ ପଥ ସଂଚଳନ କାର୍ଯ୍ୟକ୍ରମ ସଂଘ କାର୍ଯ୍ୟାଳୟ ଠାରୁ ବାହାରି ନଗର ପରିକ୍ରମା କରାଯାଇଥିଲା । ଉକ୍ତ ସଂଚଳନରେ ଜିଲ୍ଳା ସଂଘ ଚାଳକ ନନ୍ଦିକେଶ୍ୱର ଚୈାଧୁରୀ,‌ଜିଲ୍ଳା କାର୍ଯ୍ୟବାହ ଦିଲିପ ପଣ୍ଡା, ବିଭାଗ ଶାରିରୀକ ପ୍ରମୁଖ ମୂରଲୀଧର ବେହେରା, ନଗର କାର୍ଯ୍ୟବାହ ଚିତରଂଜନ ପ୍ରଧାନ, ନଗର ସେବା ପ୍ରମୁଖ ଡକ୍ଟର ସୁନୀଲ ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.