ରାୟଗଡ ବ୍ଲକସ୍ତରୀୟ ଜାତୀୟ ମତଦାତା ଦିବସ ପାଳିତ

ରାୟଗଡ,୨୫/୧ : ରାୟଗଡ ଜିଲ୍ଲା ଜେକେପୁର ସ୍ଥିତ ମନୋରଞ୍ଜନ କେନ୍ଦ୍ର ଠାରେ ଶନିବାର ଦିନ ରାୟଗଡ ବ୍ଲକ ତରଫରୁ ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି । ସୁଦୃଢ ଗଣତନ୍ତ୍ର ନିମନ୍ତେ ଭୋଟର ସାକ୍ଷରତା ଜରୁରୀ ସ୍ଲୋଗାନ ନେଇ ଜନ ସଚେତନତା ସୃଷ୍ଟି ନିମନ୍ତେ ସକାଳ ୯ଟା ସମୟରେ ସ୍ଥାନୀୟ ଭେଙ୍କେଟେଶ୍ୱର ମନ୍ଦିର ଠାରୁ ମନୋରଞ୍ଜନ କେନ୍ଦ୍ର ପର୍ଯ୍ୟନ୍ତ ଜନ ସଚେତନତା ଶୋଭାଯାତ୍ରା କରାଯାଇ ପ୍ଲାକାର୍ଡ, ବ୍ୟାନର ଓ ପ୍ରଚାର ପତ୍ର ମାଧ୍ୟମରେ ଭୋଟର ସଚେତନତା କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାସ୍ତାରେ ଯାନବାହନରେ ଯାତାୟାତ ବ୍ୟକ୍ତିଙ୍କୁ ସୁଦୃଢ ଗଣତନ୍ତ୍ର ନିମନ୍ତେ ବାର୍ତ୍ତା ପ୍ରଚାର ପତ୍ର ବଣ୍ଟନ ଓ ଘର ଘର ବୁଲି ଭୋଟରଙ୍କୁ କଲେଜ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ସଚେତନତାର ବାର୍ତ୍ତା ବାଣ୍ଟିଥିଲେ । ଏହି ଶୋଭାଯାତ୍ରାରେ ମଡେଲ ଡିଗ୍ରୀ କଲେଜ,ଉଗ୍ରତାରା କଲେଜ, ଲକ୍ଷ୍ମୀପତି ସିଂଘାଣିଆ ଜୁନିୟର କଲେଜ ଛାତ୍ରଛାତ୍ରୀ ସମେତ ବ୍ଲକ ଅଧ୍ୟକ୍ଷ ପେଦେଣ୍ଟି ରାମୁଲୁ, ଉପାଧ୍ୟକ୍ଷା ମିନତୀ ବାଚେଲି, ଜିଲ୍ଲା ପରିଷଦ ସଭ୍ୟ ପି.ଗୋରୀଶଙ୍କର, ବିଡିଓ ରାଜେନ୍ଦ୍ର ମାଝି, ଅତିରିକ୍ତ ବିଡିଓ ନୃସିଂହଚରଣ ପଟ୍ଟନାୟକ, ଜେକେ କାଗଜ କଳର ଲୋକ ସଂପର୍କ ଅଧିକାରୀ ସୁନୀଲ କୁମାର ନାଥ, ହରିହର ଖମାରୀ, ଚାନ୍ଦିଲି ସରପଂଚ ପେଦେଣ୍ଟି ସୁଆଇ ପ୍ରମୁଖ ଅଂଶଗ୍ରହଣ କରିବା ସହ ମନୋରଞ୍ଜନ କେନ୍ଦ୍ରରେ ଅନୁଷ୍ଠିତ ଜାତୀୟ ମତଦାତା ଦିବସ ବୈଠକରେ ଅତିଥି ରୂପେ ମଞ୍ଚାସୀନ ହୋଇଥିଲେ। ଶିକ୍ଷକ ନୀଳାଞ୍ଚଳ ମିଶ୍ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ଦିବସ ପାଳନ ଅବସରରେ ମହାବିଦ୍ୟାଳୟ ସ୍ତରରେ ବକୃତା ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

Udyog Nursery
Udyogi Nursery

ଏଥିରେ ଏଲପିଏସ ପବ୍ଲିକ ସ୍କୁଲର ଲୋରିନା ପଟ୍ଟନାୟକ ପ୍ରଥମ, ମଡେଲ ଡିଗ୍ରୀ କଲେଜର ଜନ୍ମେଜୟ ସ୍ୱାଇଁ ଦ୍ୱିତୀୟ ଓ ଏଲଏସ ଜୁନିୟର କଲେଜର ଉଦୟ ଜୋନ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଅତିଥିମାନଙ୍କ ଦ୍ୱାରା କୃତି ପ୍ରତିଯୋଗି ମାନପତ୍ର ଓ ପୁରସ୍କାର ବଣ୍ଟନ କରାଯାଇଥିବା ବେଳେ ନୂତନ ଓ ଯୁବ ଭୋଟରମାନଙ୍କୁ ସମ୍ମାନୀତ କରାଯାଇଥିଲା । ବୈଠକରେ ଉପସ୍ଥିତ ସମସ୍ତ ଭୋଟରମାନଙ୍କୁ ଜାତୀୟ ମତଦାତା ଦିବସ ଅବସରରେ ବିଡିଓ ରାଜେନ୍ଦ୍ର ମାଝି ଶପଥ ପାଠ କରାଇଥିଲେ । ଜେକେ କାଗଜ କଳ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିପିଇଓ ଗୋପାଳ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.