ବଡ଼ବକଟି ବିଦ୍ୟାଳୟକୁ ଗରିମା ରୌପ୍ୟ ପୁରସ୍କାର

ଲାଞ୍ଜିଗଡ଼,୨୬/୧: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ବଡ଼ବକଟି ନୂତନ ପ୍ରାଥମିକ ବିଦ୍ୟାଳୟ ଗରିମା ରୌପ୍ୟ ପୁରସ୍କାର ପାଇଛି। ଭବାନୀପାଟଣା ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମ୍‌ରେ ଆୟୋଜିତ କଳାହାଣ୍ଡି ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବକିଶୋର ଦାସ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସଂଗୀତା ମିଶ୍ରଙ୍କୁ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉତ୍କୃଷ୍ଟ ଶିକ୍ଷାଦାନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ପୁରସ୍କାର ପ୍ରବର୍ତ୍ତନ କରାଯାଇଛି। ଏଥିରେ ପର୍ଯ୍ୟାୟକ୍ରମେ କାଂସ୍ୟ, ରୌପ୍ୟ ଓ ସ୍ୱର୍ଣ୍ଣ ପୁରସ୍କାର ପାଇଁ ବ୍ୟବସ୍ଥା ରହିଥିବାବେଳେ ଏଥିପାଇଁ ବିଭାଗ ପକ୍ଷରୁ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଦ୍ୱାରା ବିଭିନ୍ନ ପର୍ଯ୍ୟାୟରେ ପରୀକ୍ଷା କରାଯାଉଛି। ପ୍ରଥମ ପର୍ଯ୍ୟାୟରେ କୃତକାର୍ଯ୍ୟ ହୋଇ ବିଦ୍ୟାଳୟ ଗରିମା କାଂସ୍ୟ ପୁରସ୍କାର ପାଇବା ପରେ ଦ୍ୱିତୀୟ ପର୍ଯ୍ୟାୟରେ ସଫଳତା ପାଇ ରୌପ୍ୟ ପୁରସ୍କାର ହାସଲ କରିଛି । ଏହି ପୁରସ୍କାର ପାଇବା ପରେ ଉକ୍ତ ବିଦ୍ୟାଳୟ ଗରିମା ସ୍ୱର୍ଣ୍ଣ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।

Omkar Vasthu
Omkar Vasthu

ଏହା ଶିକ୍ଷା ବ୍ୟବସ୍ଥାରେ ସକାରାତ୍ମକ ପରିବେଶ ସୃଷ୍ଟି କରିବା ସହ ଅଂଚଳର ଅନ୍ୟାନ୍ୟ ବିଦ୍ୟାଳୟକୁ ପ୍ରେରଣା ଯୋଗାଇବ ବୋଲି ମସ୍କାଗୁଡ଼ା ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ଧଙ୍ଗଡ଼ାମାଝୀ ମତବ୍ୟକ୍ତ କରିଛନ୍ତି। ଏଥିସହ ବ୍ଲକ୍‌ର ଗୋବର୍ଦ୍ଧନପୁର କ୍ଲଷ୍ଟର୍ ଅନ୍ତର୍ଗତ ଗୋପାଳପୁର ପ୍ରାଥମିକ ବିଦ୍ୟାଳୟ ଓ ବିଜେପୁର କ୍ଲଷ୍ଟର୍ ଅନ୍ତର୍ଗତ ଦାନେରଗୁଡ଼ା ନୂତନ ପ୍ରାଥମିକ ବିଦ୍ୟାଳୟକୁ ମଧ୍ୟ ଗରିମା ରୌପ୍ୟ ପୁରସ୍କାର ମିଳିଛି। ଉକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାଏକ ଓ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାଶୀନାଥ ରାଉତରାୟ ଅଭିନନ୍ଦନ ଜଣାଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ୍‌ odiabarta.in

Udyog Nursery
Udyogi Nursery

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.