ମସ୍କାଗୁଡ଼ା କ୍ଲଷ୍ଟର୍ ସ୍ତରୀୟ ଶିକ୍ଷକ ସମ୍ମିଳନୀ

ଲାଞ୍ଜିଗଡ଼,୨୬/୧: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ଭୁର୍ଟିଗଡ଼ଠାରେ ମସ୍କାଗୁଡ଼ା କ୍ଲଷ୍ଟର୍ ସ୍ତରୀୟ ଶିକ୍ଷକ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ମିଳନୀରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାଶୀନାଥ ରାଉତରାୟ, ଥୁଆମୂଳ ରାମପୁର ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଦାଶ, ଗୋବର୍ଦ୍ଧନପୁର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ତପନ କୁମାର ଭୋଇ, କଳାହାଣ୍ଡି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସହ-ସଂପାଦିକା ଅର୍ଚ୍ଚନା ମିଶ୍ର, ଶିକ୍ଷାବିତ୍ ବସନ୍ତ କୁମାର ମହାପାତ୍ର, ସତ୍ୟାନନ୍ଦ ବେରୁକ୍ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏଥିରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବୃଦ୍ଧି, ଶୈକ୍ଷିକ ପରିବେଶ ସୃଷ୍ଟି, ଶିକ୍ଷାଦାନରେ ଉନ୍ନତି, ବିଦ୍ୟାଳୟ ପରିଚାଳନା, ଦଶମ ଶ୍ରେଣୀ ପାଇଁ ମିଶନ୍ ୧୦୦% ପାସ୍‌, ମୋ ସ୍କୁଲ୍ ଅଭିଯାନ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ନାଏକ ଗରିମା ରୌପ୍ୟ ପୁରସ୍କାର ପାଇଥିବା ବଡ଼ବକଟି ନୂତନ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ-ଶିକ୍ଷାର୍ଥୀଙ୍କ ପାଇଁ ଉପହାର ପ୍ରଦାନ କରିଥିଲେ। ଆଗାମୀ ଦିନରେ ଡିଜିଟାଲ୍ ତଥା ମୁକ୍ତ ଶୈକ୍ଷିକ ସଂସାଧନ ପ୍ରସଂଗରେ କର୍ମଶାଳା ପାଇଁ ଯୋଜନା କରାଯାଉଛି ବୋଲି ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ଧଙ୍ଗଡ଼ାମାଝୀ ସୂଚନା ଦେଇଥିଲେ।

ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ୍‌ odiabarta.in


ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.