ବିଭିନ୍ନ ପୁରାଣରେ ମା’ ସରସ୍ୱତୀଙ୍କ ସମ୍ପର୍କରେ ଭିନ୍ନ ଭିନ୍ନ ମତ ରହିଛି। ବ୍ରହ୍ମାଙ୍କ ମାନସପୁତ୍ରଙ୍କ ବିବରଣୀ ରହିଛି କିନ୍ତୁ ମାତା ସରସ୍ୱତୀଙ୍କୁ କେଉଁଠାରେ ବି ତାଙ୍କ ପୁତ୍ରୀ ବୋଲି କୁହାଯାଇନାହିଁ। ହିନ୍ଦୁଧର୍ମର ଦୁଇ ଗ୍ରନ୍ଥ ‘ସରସ୍ୱତୀ ପୁରାଣ’ ଏବଂ ‘ମତ୍ସ୍ୟ ପୁରାଣ’ରେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ସହ ସରସ୍ୱତୀଙ୍କ ବିବାହ ହୋଇଥିବା କଥା ଉଲ୍ଲେଖ ରହିଛି। ଯାହାର ଫଳସ୍ୱରୁପ ଏହି ପୃଥିବୀରେ ପ୍ରଥମ ମାନବ ‘ମନୁ’ଙ୍କ ଜନ୍ମ ହୋଇଥିଲା। କିଛି ବିଦ୍ୱାନ ମନୁଙ୍କ ପତ୍ନୀ ଶତରୂପାଙ୍କୁ ହିଁ ମାତା ସରସ୍ୱତୀ ମାନନ୍ତି। ବାଗିସ୍ୱରୀ, ଭଗବତୀ, ଶାରଦା, ବୀଣାବାଦନୀ, ବାଗଦେବୀ, ବୀଣାପାଣି ଆଦି ଅନେକ ନାଁରେ ମା’ ପୂଜା ପାଆନ୍ତି। ବସନ୍ତ ପଞ୍ଚମୀ ଦିବସଟିକୁ ମା’ଙ୍କ ଜନ୍ମଦିନ ରୁପେ ପାଳନ କରାଯାଏ।