ଉଲୁଣ୍ଡା,୨୯/୧(ଶାନ୍ତନୁ କୁମାର କର୍ଣ୍ଣ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଲାଇ ପାତାଳୀ ମହୋତ୍ସବ-୨୦୨୦ ରେ ଉଦଯାପନୀ ଦିବସ ଆସନ୍ତା ଫେବୃୟାରୀ ୧ ତାରିଖରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଏଥିରେ ପାତାଳୀ ମହୋତ୍ସବ କମିଟିର ସମ୍ପାଦକ ଉତ୍ତର କୁମାର ପାତ୍ର, ସଭ୍ୟ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଜାନକୀ ରାମ ଦେହୁରୀ, ନଳିନୀ ବାଘ, ମହାଦେବ ସାହୁ, ଜଗଦୀଶ କର୍ଣ୍ଣ, ପାତାଳୀ ସେନାର ସଭ୍ୟ ବିଜୟ ମେଂଡ଼ିଲି, ରାଧେଶ୍ୟାମ ପାଢ଼ୀ, ମଣ୍ଟୁ ମନ୍ତ୍ରା, ସତ୍ୟଜିତ ଗଡୁଆ, ଶୁଭମ ପାଢ଼ୀ, ଗୋପାଳ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।କୋଟସମଲାଇ ପାତାଳୀ ସେନା, ଆମ ଓଡ଼ିଶା-ସମ୍ବାଦ ଏବଂ କୋଟସମଲାଇ ଗ୍ରାମର ଯୁବଗୋଷ୍ଠୀଙ୍କ ମିଳିତ ସହଯୋଗରେ ଏହି ଶିବିର ଆୟୋଜନ ହେବାସହ ବହୁସଂଖ୍ୟାରେ ସ୍ବେଚ୍ଛାକୃତ ରକ୍ତଦାତାମାନେ ଅଂଶଗ୍ରହଣ କରିବାକୁ ନିବେଦନ କରାଯାଇଛି।
୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ