୯ରେ ସ୍ୱାମୀ ବୈରାଗ୍ୟାନନ୍ଦ ମହାରାଜଜୀଙ୍କ ମହାପ୍ରୟାଣ ମହୋତ୍ସବ, ଯୋଗଦେବେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

କଳାହାଣ୍ଡି,୭/୨(ହେମନ୍ତ ସାହୁ): ମ.ରାମପୁରଠାରେ ଥିବା ଶ୍ରୀରାମକୃଷ୍ଣ ଆଶ୍ରମର ପ୍ରତିଷ୍ଠାତା ସ୍ୱର୍ଗତ ଶ୍ରୀମଦ୍ ବୈରାଗ୍ୟାନନ୍ଦ ମହାରାଜଜୀଙ୍କ ମହାପ୍ରୟାଣ ମହୋତ୍ସବ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି। ଉକ୍ତ ସଭାରେ ଆଶ୍ରମର ସଂପାଦକ ଶ୍ରୀମଦ୍ ସ୍ୱାମୀ ଶାସ୍ତ୍ରବିଦାନନ୍ଦଜୀ ମହାରାଜ ଅଧ୍ୟକ୍ଷତା କରିଥିବାବେଳେ ମହୋତ୍ସବର ବିଭିନ୍ନ କାର୍ଯ୍ୟାବଳୀ ବିଷୟରେ ଆଲୋଚନା କରାଯାଇଥିଲା। ଆସନ୍ତା ୯ ତାରିଖରେ ହେବାକୁଥିବା ଏହି ମହୋତ୍ସବରେ ପ୍ରାତଃକାଳରେ ବିଶେଷ ପୂଜା, ଭଜନ, ହୋମ ସହ ସ୍ୱାମୀଜୀଙ୍କ ସ୍ମୃତି ସଭା ଅନୁଷ୍ଠିତ ହେବ। ଏଥିରେ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ (ଭାରତ ସରକାରଙ୍କ ପଶୁ, ଗୋପାଳନ, ମତ୍ସ୍ୟ ଓ ଅଣୁ କ୍ଷୁଦ୍ର ତଥା ମାଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟର ମନ୍ତ୍ରୀ), କଳାହାଣ୍ଡି ଲୋକସଭା ସାଂସଦ ବସନ୍ତ କୁମାର ପଣ୍ଡା, ଓଡିଶା ସରକାରଙ୍କ ଗୃହ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ନର୍ଲା ବିଧାୟକ ଭୂପିନ୍ଦର ସିଂହ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବାବେଳେ ସମସ୍ତ କାର୍ଯ୍ୟକ୍ରମ ମୋଟଗଣ୍ଡା ଆଶ୍ରମ ପରିସରରେ ଅନୁଷ୍ଠିତ ହେବ ବୋଲି ସଂପାଦକ ସୂଚନା ପ୍ରଦାନ କରିଛନ୍ତି।

Omkar Vasthu
Omkar Vasthu

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Pearl dental clinic
Near Ashish Medical Store, Bhawanipatna

http://bit.ly/OBgroup3

Udyog Nursery
Udyogi Nursery

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.