ଜିଲ୍ଳା ନଗର ଉନ୍ନୟନ ସଂସ୍ଥାର ଏସଡବ୍ଳ୍ୟୁଏମ ଓ ଅନ୍ୟାନ୍ୟ ଯୋଜନାର ସମୀକ୍ଷା କଲେ ଜିଲ୍ଳାପାଳ

ରାୟଗଡ,୮/୨: ରାୟଗଡ ଜିଲ୍ଳା ନଗର ଉନ୍ନୟନ ସଂସ୍ଥା(ଡୁଡା)ର ଏସଡବ୍ଳ୍ୟୁଏମ ଓ ଅନ୍ୟାନ୍ୟ ଯୋଜନାର ଜିଲ୍ଳାର ଗୁଣପୁର,ଗୁଡାରୀ ଓ ରାୟଗଡ ୩ଟି ପୈାରାଂଚଳରେ ଅଗ୍ରଗତି ନେଇ ଶୁକ୍ରବାର ଦିନ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ସମୀକ୍ଷା କରିଛନ୍ତି । ସମୀକ୍ଷା ବୈଠକରେ ଉନ୍ନତୀ ଯୋଜନା ଅନ୍ତର୍ଗତରେ ରାୟଗଡ ପୈାରାଂଚଳକୁ ୨କୋଟି ୫୮ଲକ୍ଷ ଟଙ୍କା ଅନୁଦାନ ରାଶିରେ ୮୪ଟି ପ୍ରକଳ୍ପ ନିର୍ମାଣ ପାଇଁ ନିର୍ଦ୍ଦେଶ ରହିଥିଲା । ଏଥିରୁ କୈାଣସି ବି ଗୋଟିଏ ପ୍ରକଳ୍ପ ସଂପୂର୍ଣ୍ଣ ଶେଷ ହୋଇ ନ ଥିବା ବେଳେ ମାତ୍ର ୨୬ଟି ପ୍ରକଳ୍ପ ନିର୍ମାଣଧୀନ ଅବସ୍ଥାରେ ରହିଥିବା ଜଣାପଡିଛି । ସେହିପରି ଗୁଣପୁର ପୈାରାଂଚଳରେ ମଧ୍ୟ ୨କୋଟି ୫୮ଲକ୍ଷ ଟଙ୍କାର ଅନୁଦାନ ମିଳିଥିବା ବେଳେ ଏଥିରେ ୫୬ଟି ପ୍ରକଳ୍ପ ନିର୍ମାଣ ପାଇଁ କାର୍ଯ୍ୟାଦେଶ ହୋଇଥିଲା ।

ସେଥି ମଧ୍ୟରୁ ୫୨ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ବଳକା ୪ଟି ପ୍ରକଳ୍ପ ନିର୍ମାଣଧୀନ ଅବସ୍ଥାରେ ରହିଛି । ଜିଲ୍ଳାର ଗୁଡାରୀ ବିଞାପିତ ଅଂଚଳ ପରିଷଦକୁ ଉନ୍ନତୀ ଯୋଜନାରେ ୧କୋଟି ୬୫ଲକ୍ଷ ଟଙ୍କା ଅନୁଦାନ ରାଶିରେ ୫୩ଟି ପ୍ରକଳ୍ପରୁ ୪୯ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଯାଇଥିବା ବେଳେ ବଳକା ୪ଟି ନିର୍ମାଣଧୀନ ଅବସ୍ଥାରେ ରହିଥିବା ରିପୋର୍ଟରେ ଉଲ୍ଳେଖ କରାଯାଇଛି । ତେବେ ୧୦୧ଟି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ରାୟଗଡ,ଗୁଣପୁର ଓ ଗୁଡାରୀ ପୈାର ପରିଷଦ ପକ୍ଷରୁ ୟୁସି ଦାଖଲ କରାଯାଇ ନ ଥିବାରୁ ଅଧିକାରୀମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ ଜିଲ୍ଳାପାଳ ଶ୍ରୀ ବେହେରା । ଏବଂ ଆସନ୍ତା ଫେବୃୟାରୀ ୧୧ତାରିଖ ମଧ୍ୟରେ ସମସ୍ତ ବିନିଯୋଗ ପତ୍ର ଦାଖଲ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜିଲ୍ଳା ନଗର ଉନ୍ନୟନ ସଂସ୍ଥାର ଅନ୍ୟାନ୍ୟ ଯୋଜନାଗୁଡିକ ଉପରେ ସମୀକ୍ଷା କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟଗୁଡିକ ଶେଷ କରିବା ପାଇଁ ଗୁରୁତ୍ୱ ଦେବା ପାଇଁ ଜିଲ୍ଳାପାଳ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ଡୁଡାର ଅଧ୍ୟକ୍ଷ ଅମ୍ରିତ ଋତୁରାଜ,ରାୟଗଡ ପୈାର ପରିଷଦର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥିଙ୍କ ସମେତ ଗୁଣପୁର,ଗୁଡାରୀ ନିର୍ବାହୀ ଅଧିକାରୀ,ସହକାରୀ ଯନ୍ତ୍ରୀ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ରାୟଗଡ଼ରୁ ଶିବନାରାୟଣ ଗୌଡ଼ଙ୍କ ରିପୋର୍ଟ odiabarta.in

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଗୁଗଲ୍ କ୍ରୋମ୍’ରେ odiabarta.in ଖୋଲି ଲାଲ୍ ବେଲ୍ ବଟନ୍’ରେ ଛୁଅଁଁନ୍ତୁ ଓ ନୋଟିଫିକେସନ୍ ସବସ୍କ୍ରାଇବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.