କେନ୍ଦ୍ରାପଡ଼ା,୮/୨: ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ ଏକଶତ ଉଣେଇଶି ତମ ଜୟନ୍ତୀ ଅବସରରେ କେନ୍ଦ୍ରାପଡ଼ା ଅର୍ବାନ୍ ବ୍ୟାଙ୍କ ସନ୍ନିକଟ ନାରୀକବିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ ସାମୂହିକ ମାଲ୍ୟାର୍ପଣ କରାଯାଇଛି।
କୁନ୍ତଳା କୁମାରୀ ପ୍ରତିଭା ସମିତି ଆନୁକୂଲ୍ୟରେ ପ୍ରାୟୋଜିତ ମାଲ୍ୟାର୍ପଣ ପର୍ବରେ ପ୍ରଫେସର ନନ୍ଦ କିଶୋର ପରିଡ଼ା , ସମିତିର ସଭାପତି ଆଡଭୋକେଟ କୁଞ୍ଜବିହାରୀ ପରିଡ଼ା, ସଂପାଦକ ଆଶୁକବି ହେମନ୍ତ ଜେନା, ବିଶିଷ୍ଟ ପରିବେଶବିତ୍ କାଶୀନାଥ ରାଉତରାୟ, ସମାଜସେବୀ ସ୍ମୃତି ରଞ୍ଜନ ଦ୍ଵିବେଦୀ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ କବି ଶୁଭ୍ରାଂଶୁ କୁମାର ଦାସ, ଶିକ୍ଷାବିତ୍ କୈଳାସ ଚନ୍ଦ୍ର ବାରିକ, ଗୀତିକାର ତଥା ସଂଗୀତଜ୍ଞ ବିମଳ ପ୍ରସାଦ ପରିଡ଼ା, ସଂଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସ , ଆଡଭୋକେଟ ତମସା ପାତ୍ର, ଇଂ. ବିଜୟ କୁମାର ସାହୁ, ପତ୍ରକାର ଅମର ବର ବିଶ୍ଵାଳ, ସାମ୍ବାଦିକ ଅସିତ୍ କୁମାର ପଣ୍ଡା, ପ୍ରକାଶକ ଚିନ୍ମୟ ଚିର ସୁନ୍ଦର ଷେଣ୍ଢ, ଉଦଘୋଷକ ଉମାକାନ୍ତ ଜେନା, କବି ରଞ୍ଜନ କୁମାର ରଣା, ସମାଜସେବୀ ପ୍ରଦୀପ କୁମାର ନାୟକ ପ୍ରମୁଖ ଉତ୍କଳ ଭାରତୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।
୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ