ନର୍ଲାରେ କରୋନା ଭାଇରସ୍ ସଚେତନତା ରେଲି

ନର୍ଲା,୨୦/୩ : କରୋନା ଭାଇରସକୁ ନେଇ ଦେଶ ସାରା ସଚେତନତା ଓ ପ୍ରତିଷେଧ ମୂଳକ କାର୍ଯ୍ୟକ୍ରମ ଜାରି ରହିଛି । କୋଭିଡ୍-୧୯ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ତରରେ ପ୍ରଶାସନ ଜନ ସଚେତନତା କାର୍ଯ୍ୟକ୍ରମ ସହ ପ୍ରତିଷେଧକ ବ୍ୟବସ୍ଥା ଜାରି ରଖିଛନ୍ତି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ଗ୍ରାମ ପଞ୍ଚାୟତର ସରପଞ୍ଚ ଚିରଞ୍ଜିବୀ ଗୌଡ଼ିଆଙ୍କ ନେତୃତ୍ୱରେ କରୋନା ଭାଇରସ ସଚେତନତା ରାଲି ଅନୁଷ୍ଠିତ ହୋଇଛି । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବାହାରିଥିବା ଏହି ରାଲି ନର୍ଲା ବସ ଷ୍ଟାଣ୍ଡ, ଡାକ୍ତର ଖାନା, ବ୍ଲକ ନିକଟରେ ସାଧାରଣ ଜନତାକୁ ସଚେତନ କରାଇଥିଲେ । ଏହି ରାଲିରେ କାମିନୀ କିନ୍ନର ଓ ତାଙ୍କ ସାଥି କିନ୍ନର, ଆଶା ଶାନ୍ତି ଲତା, ପଙ୍କଜିନୀ ନାଏକ, ଅଙ୍ଗନୱାଡି କର୍ମୀ, ଶାନ୍ତପୁର ସମିତି ସଭ୍ୟ ଗୋବିନ୍ଦ ତାଣ୍ଡି ପ୍ରମୁଖ ସହଯୋଗ କରିଥିଲେ ।

ନର୍ଲାରୁ ନିରଞ୍ଜନ ଗୌଡ (ବୁଲୁ)ଙ୍କ ରିପୋର୍ଟ OdiaBarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.