ମରାମତି କରିବା ସମୟରେ ଭୁଷୁଡି ପଡିଲା ସୁକତେଲ ବ୍ରିଜ : ୨ମୃତ

ବଲାଙ୍ଗିର ୨୯/୪ : ସୁକତେଲ ନଦୀ ଉପରେ ନିର୍ମିତ ବ୍ରିଜ ମରାମତି ଚାଲିଥିବା ସମୟରେ ଭୁଷୁଡି ପଡିବାରୁ ୨ ଜଣଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଅନ୍ୟ ଦୁଇଜଣ ଗୁରୁତର ହୋଇ ଭୀମା ଭୋଇ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାସହ ଭାଙ୍ଗି ଯାଇଥିବା ବ୍ରିଜ ତଳେ କିଛି ଶ୍ରମିକ ଚାପି ହୋଇଯାଇଥିବା ଆଶଙ୍କା କରାଯାଉଛି । ପାଟଣାଗଡ଼ ବ୍ଲକ ତମିଆଁ ମୁଦଲସରେ ଥିବା ଏହି  ବ୍ରିଜର ଏକ ଅଂଶକୁ ଆଜି ଶ୍ରମିକ ମାନେ ମରାମତି କରୁଥିବା ସମୟରେ ଏହା ଭୁଷୁଡି ପଡ଼ିଥିଲା । ନିମ୍ନ ମାନର କାମଯୋଗୁଁ ଏଭଳି ଅଘଟଣ ଘଟିଥିବା ନେଇ ସ୍ଥାନୀୟ ଅଚଞ୍ଚଳରେ ଚର୍ଚ୍ଚା ଚାଲିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରୀ ରଖିଛି।

Omkar Vasthu
Omkar Vasthu
ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

http://bit.ly/OBgroup4

Udyog Nursery
Udyogi Nursery

Follow us on Twitter👇🏻

https://twitter.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.