ସେକ୍ସନ ଅଫିସରଙ୍କ ଦେହାନ୍ତରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ଶୋକ ସଭା

ରାୟଗଡ,୨୬/୫ : ରାୟଗଡ ଜିଳ୍ଳାପାଳଙ୍କ କାର୍ଯ୍ୟାଳୟର ନିଜାରତ ସେକ୍ସନର ସେକ୍ସନ ଅଧିକାରୀ ହରମୋହନ ବେହେରାଙ୍କ ଗତ ସୋମବାର ଦିନ ପରଲୋକ ହୋଇଯାଇଥିଲା । ସେ କମ ଦିନ ହେବ ନିଜାରତ ସେକ୍ସନକୁ ବଦଳି ହୋଇ ଆସିଥିଲେ । ତାଙ୍କର ଅମର ଆତ୍ମାର ସଦ୍ଗତି ନିମେନ୍ତ ମଙ୍ଗଳବାର ଦିନ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା । ଏହି ଶୋକ ସଭାରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର ପଣ୍ଡାଙ୍କ ସମେତ ଅନ୍ୟାନ୍ୟ ଅନୁବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ହୋଇ ଶୋକ ପ୍ରକାଶ କରିଥିଲେ । ଗତକାଲି ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ପଣ୍ଡା ନିଜେ ମୃତକଙ୍କ ଘରକୁ ଯାଇ ତାଙ୍କ ପରିବାରକୁ ୫୦୦୦ଟଙ୍କା ମୃତ୍ୟୁକାଳୀନ ପ୍ରାପ୍ୟ ପ୍ରଦାନ କରୁଥିଲେ । ସ୍ୱର୍ଗତଃ ବେହେରା ଜଣେ କର୍ମନିଷ୍ଠ ଓ ଶୃଙ୍ଖଳିତ ବ୍ୟକ୍ତି ଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ OdiaBarta.in

Click here to get 24×7 News & Views alerts

http://bit.ly/OBgroup4

Like us on Facebook

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.