ଉପ-ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ କଳାହାଣ୍ଡି ଜିଲ୍ଲାରେ ମୃତ୍ୟୁ ହୋଇଥିବା ପ୍ରବାସୀ ଓଡ଼ିଆଙ୍କ ପରିବାର ସଦସ୍ୟ

ମୋ ପୁଅ ର ମୃତ୍ୟୁ ସନ୍ଦେହ ଜନକ । ପୁଅ ର ପ୍ରାରମ୍ଭିକ ଚିକିତ୍ସାରେ ଅବହେଲା କରାଯାଇଛି – ମୃତ ବ୍ୟକ୍ତିଙ୍କ ପିତା

ଧର୍ମଗଡ,୨୭/୫: କଳାହାଣ୍ଡି ଜିଲ୍ଲା ଡୁମେରଗୁଡାର ଥବିର ନାଏକ ତାଙ୍କ ପରିବାର ସହ ଚେନ୍ନାଇ ଦାଦନ ଖଟିବା ପାଇଁ ଯାଇ ତାର ଗୁଜୁରାଣ ମେଣ୍ଟାଉଥିଲେ। ଲାକଡାଉନ ଯୋଗୁଁ ସେ ସେଠାରେ ତାଙ୍କ ପରିବାରର ଭରଣ ପୋଷଣ କରିନପାରି ଗତ ୨୧ ତାରିଖ ଦିନ ଓଡିଶା କୁ ଚାଲି ଆସିଥିଲେ । ଆସିବା ପରେ ପ୍ରଶାସନ ଦ୍ୱାରା ହାବସପୁର ସ୍ଥିତ ଟିଏମସିରେ କ୍ୟାରେଣ୍ଟଇନ ରେ ରହୁଥିଲେ । ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ କଳାହାଣ୍ଡି କୋଭିଡ ହସ୍ପିଟାଲକୁ ସ୍ଥାନତାରିତ କରାଯାଇଥିଲା ଓ ସେଠାରେ ୨୫ ତାରିଖ ଦିନ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରେ ତାଙ୍କୁ ସେଠାରେ ସବସତ୍କାର ର ବ୍ୟବସ୍ଥା କରାଯାଇଥିଲା । ଆଜି ପରିବାର ର ସଦସ୍ୟ ମାନେ ଥବିର ର ପ୍ରାରମ୍ଭିକ ଅବସ୍ଥାରେ ଚିକିତ୍ସା ଅବହେଲା ହୋଇଥିବାରୁ କାରଣରୁ ମୃତ୍ୟୁ ହୋଇଛି ବୋଲି ଧର୍ମଗଡ଼ ଉପ-ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ ଓ ସ୍ଥାନୀୟ ତହସିଲଦାରଙ୍କୁ ଦାବି ପତ୍ର ପ୍ରଦାନ କରି ଘଟଣା ର ସତ୍ୟାସତ୍ୟ ଅନୁଧ୍ୟାନ ପାଇଁ ତାହାସିଲଦାରଙ୍କୁ ଆବେଦନ କରିଥିଲେ । ମୃତ ଥବିରଙ୍କ ପିତା କହିଛନ୍ତି ଯେ, “ମୋ ପୁଅର ମୃତ୍ୟୁ ସନ୍ଦେହ ଜନକ । ପୁଅ ର ପ୍ରାରମ୍ଭିକ ଚିକିତ୍ସାରେ ଅବହେଲା କରାଯାଇଛି ।”

Omkar Vasthu
Omkar Vasthu
ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

http://bit.ly/OBgroup4

Udyog Nursery
Udyogi Nursery

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.