ନୂଆପଡା,୨୭/୫: କରୋନା ସଂକଟ ଯୋଗୁଁ ଦେଶରେ ଲକଡାଉନ ୪.୦ ଘୋଷଣା ହେଲାପରେ ନୂଆପଡା ଜିଲ୍ଲାରେ ଚଳିତ ମାସ ୨୪ ତାରିଖରେ ପ୍ରଥମ ପଜିଟିଭ କେସ, ୨୬ ତାରିଖରେ ଦ୍ଵିତୀୟ କରୋନା ଆକ୍ରାନ୍ତ ଚିହ୍ନଟ ଓ ଆଜି(ବୁଧବାର) ପୁଣି ୧୨ ନୂଆ ପଜିଟିଭ କେସ ସାମ୍ନାକୁ ଆସିଥିବା ଜିଲ୍ଲାପାଳ ମଧୁସ୍ମିତା ସାହୁ ସୂଚନା ଦେଇଛନ୍ତି । ନୂତନ କୋଭିଡ୍-୧୯ ପଜିଟିଭ ସିନାପାଲି ବ୍ଲକର ଘୁଚାଗୁଡା ଟିଏମସି ରୁ ଜଣେ, ଗୋର୍ଲା ଟିଏମସି ରୁ ଜଣେ, ବୋଡେ଼ନ ବ୍ଲକର କିରେଝୋଲା ଟିଏମସି ରୁ ୨, ଖରିଆର ବ୍ଲକର ଭୁଲିଆସିକୁଆଁ ଟିଏମସି ରୁ ୨ ଜଣ, ଚନାବେଡା ଟିଏମସି ରୁ ୪ଜଣ, କୋମନା ବ୍ଲକର କାଶୀପଲା ଟିଏମସି ରୁ ୨ ଜଣ ଆକ୍ରାନ୍ତ ଥିବାର ସୂଚନା ମିଳିଛି । ୧୨ ଜଣ ଆକ୍ରାନ୍ତଙ୍କ ମଧ୍ୟ ରୁ ୧୧ଜଣ ମହାରାଷ୍ଟ୍ର ଓ ଜଣେ ଗୁଜୁରାତରୁ ନିଜ ଭିଟାମାଟିକୁ ଫେରିଥିଲେ । ସମସ୍ତ ଆକ୍ରାନ୍ତଙ୍କ ବୟସ ୨୩ ରୁ ୩୦ ମଧ୍ୟ ରେ ଥିବା ବେଲେ ଜଣେ ୪୦ ବର୍ଷୀୟ ଓ ଜଣେ ୫୦ ବର୍ଷୀୟ ବୋଲି ସୂଚନା ମିଳିଛି । ସମସ୍ତ ଆକ୍ରାନ୍ତଙ୍କୁ ଆଜି ରାଉଲକେଲା ସ୍ଥିତ କୋଭିଡି ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଆକ୍ରାନ୍ତ ମେ’ ୧୨ ରୁ ୧୬ ତାରିଖ ମଧ୍ୟରେ ନୂଆପଡାକୁ ଫେରି ଆସି ଥିଲେ । ତେବେ ପୁରୁଣା ୨ଟି କେସ ଓ ଆଜିର କେସ କୁ ମିଶାଇ ନୂଆପଡା ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି ।