ଜୁନାଗଡ,୨୭/୫: ଆଜି ଅପରାହ୍ନରେ ସୃଷ୍ଟି ହୋଇଥିବା କାଳ ବୈଶାଖୀ ଜୁନାଗଡ ଅଞ୍ଚଳରେ ତାଣ୍ଡବ ରଚିଛି । ଏହାରି ପ୍ରଭାବରେ ଅନେକ ଗଛ ଧରାସାୟୀ ହୋଇଥିବା ବେଳେ ଜଣେ ବାଇକ ଆରୋହୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସୂଚନା ଯୋଗ୍ୟ ଯେ, ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ପବନ ବହିବାରୁ ଲଙ୍କେଶ୍ଵରୀ ମନ୍ଦିର ଛକ ଠାରେ ଥିବା ଏକ ଗଛ ଜଣେ ବାଇକ୍ ଆରୋହୀଙ୍କ ଉପରେ ପଡିଥିଲା । ଆରୋହୀ ଜଣକ ଏକ ବଡ଼ ଦୁର୍ଘଟଣାରୁ ରକ୍ଷା ପାଇଥିବା ବେଳେ ତାଙ୍କ ବାଇକ୍ ର ଅନେକ ଅଂଶ ନଷ୍ଟ ହୋଇଯାଇଛି । ଏହା ସହ ନିକଟସ୍ଥ ଏକ ଦୋକାନ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ଉକ୍ତ ବ୍ୟକ୍ତି ଜଣକ ଜୁନାଗଡ଼ ରାସ୍ତାରେ ଫେରୁଥିଲେ ସେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in