ଆସିଲା ବର୍ଷା, ବଢିଲା ଲଷ୍ମୀପୁରବାସୀଙ୍କ ଦୁର୍ଦ୍ଦଶା

କଳାହାଣ୍ଡି/ନର୍ଲା, ୨୦/୬ : ରାସ୍ତା ଉପରେ ଜଣେ ବ୍ୟକ୍ତି ନିଜ ଜମିର ମାଟି ପକାଇବାରୁ ଗାଁ ଲୋକେ ନାହିଁ ନଥିବାର ଅସୁବିଧା ଭୋଗୁଛନ୍ତି । ଏହିପରି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି ପଞ୍ଚାୟତ ଅଧିନସ୍ଥ ଲଷ୍ମୀପୁର ଗାଁରେ । ଗତ ବର୍ଷ ଶ୍ରାବଣ ମାସରେ ଗାଁ ଲୋକେ ଝାଡା ବାନ୍ତିରେ ଆକ୍ରାନ୍ତ ଥିଲେ, ଓ ଆକ୍ରାନ୍ତର ମୁଖ୍ୟ କାରଣ ଥିଲା ରାସ୍ତା ସମସ୍ୟା । ଯାହାକି ଗାଁ ଲୋକେ ଘରୁ ବାହାରକୁ ଗଲେ ଆଣ୍ଠୁଏ କାଦୁଅ, ଦେଇ ଯିବା ଆସିବା କରୁଥିଲେ । ସେହି ସମୟରେ ଝାଡା ବାନ୍ତିରେ ଆକ୍ରାନ୍ତ ଥିବା ପ୍ରେମଶିଲା ନାମ୍ନିକ ମହିଳାଙ୍କ ମୃତ୍ୟୁ ହୋଇଥିଲା । ଯାହା ଫଳରେ ଶବକୁ ଦୀର୍ଘ ଏକ କିଲୋମିଟର ଦୂରରୁ କାନ୍ଧରେ ବୋହି ଘରକୁ ଆଣିଥିଲେ ଗାଁ ଲୋକେ । ଏ ବିଷୟରେ ଖବର ପ୍ରସାରଣ ପରେ ଗାଁ ଉପରେ ପଡିଥିଲା ପ୍ରଶାସନର ନଜର ଓ ଗାଁକୁ ଯିବାପାଇଁ କେତେକ ଖାଲ ଖମା ଦେଖି ମୁରୁମ ପକା ଯାଇଥିଲା । ସେହି ସମୟରେ ଗୋଟେ ପ୍ରକାର ଯିବା ଆସିବା ସ୍ୱାଭା ଭିକ ଥିଲା ।ହେଲେ ବର୍ତମାନ ସେହି ରାସ୍ତା ଉପରେ ଗାଁର ଜଣେ ବ୍ୟକ୍ତି ଯାହାରକି ଜମି ଏହି ରାସ୍ତା ପାର୍ଶ୍ୱରେ ଅଛି । ସେ ବ୍ୟକ୍ତି ଜଣକ ନିଜ ଜମିର ମାଟିକୁ ରାସ୍ତା ଉପରକୁ ଠେଲି ଦେବାରୁ, ଗାଁ ଲୋକଙ୍କ ଯିବା ଆସିବାରେ ଅସୁବିଧା ହେଉଥିବା ଦେଖିବାକୁ ମିଳୁଛି । ଏହି ରାସ୍ତା ଦେଇ ବର୍ଷା ଦିନେ ଜାନ ବାହାନରେ ଯିବା ତ ବହୁତ ଦୂରର କଥା l ଖାଲି ପାଦରେ ଚାଲି ଯିବାକୁ ହେଲେ ଆଣ୍ଠୁଏ କାଦୁଅର ଶିକାର ହୋଇ ଯିବାକୁ ପଡିଥାଏ । ଏହି ଗାଁ ରାସ୍ତା ଦେଇ ହାତୀଖୋଜ, ସିର୍ଜାପାଲି, ବେଲଖଣ୍ଡି, ଜୋରା ଡୁବୁରା, କର୍ଲାମୁଣ୍ଡା ପରି ଅନେକ ଗ୍ରାମର ଲୋକମାନେ ଜିବା ଆସିଥିବା କରିଥାନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଗାଁକୁ ଭଲ ଭାବରେ ପ୍ରଶାସନର ଦୃଷ୍ଟି ପଡ଼ିନାହିଁ । ଯାହାର ସ୍ପଷ୍ଟ ଅନୁମେୟ ହେଉଛି ଯେ । ଏହି ଗାଁ ଯିବା ବାଟରେ କୌଣସି ଜାଗାରେ ହେଲେ ଗାଁର ନେମ୍ ବୋର୍ଡ ନାହିଁ । ଯାହା ଖରା ଦିନେ ମଧ୍ୟ କୌଣସି ରୋଗୀ ଯନ୍ତ୍ରଣାରେ ଛଟ ପଟ ହେଉ ଥିଲେ ବି । ଆମ୍ବୁଲାନ୍ସ ଆସିବା ଡେରି ହୋଇ ଥାଏ । ବର୍ତମାନ ଏହି ଗାଁ ପ୍ରତି ପ୍ରଶାସନ ତୁରନ୍ତ ଧ୍ୟାନ ଦେଇ ଗାଁରେ ଲାଗି ରହିଥିବା ସମସ୍ୟା ଦୂର କରି, ଲଷ୍ମୀପୁର ଗାଁରୁ ମରୁଡି ବନ୍ଧ ଛକ ପର୍ଯ୍ୟନ୍ତ ମୁରୁମ ମେଟାଲ ଦେଇ ରାସ୍ତା ସମସ୍ୟା ଦୂରକରିବାକୁ ଦାବି ହେଉଛି ।

ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.