ଆଦିବାସୀ ବିରୋଧି ମନ୍ତବ୍ଯର ପ୍ରତିବାଦ : ଦୁଇ ପୂର୍ବତନ ସାଂସଦଙ୍କ ଗିରଫ ଦାବିକଲା କଳାହାଣ୍ଡି ଆଦିବାସୀ ଯୁବ ସଂଗଠନ

ନର୍ଲା,୨୦/୬: କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଓ ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝୀ ଆଦିବାସୀ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗ କରି ଉଭୟଙ୍କୁ ଗିରଫ ଦାବି କରିଛନ୍ତି ଆଦିବାସୀ ଯୁବ ସଂଗଠନ କଳାହାଣ୍ଡି, ଆଦିସ୍କନ୍ଧ ସମାଜ ବୀର କମଲ ମୈଦାନ ଅସୁରଗଡ ଓ ଆଦିବାସୀ ସଂଘ ନର୍ଲା । ପୂର୍ବତନ ସାଂସଦ ଦ୍ବୟଙ୍କ ନାମରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁକରି ଉଭୟଙ୍କୁ ଗିରଫ ପାଇଁ ନର୍ଲା ଥାନାରେ ଏତେଲା ପ୍ରଦାନ କରାଯାଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏଠାରେ ପ୍ରକାଶ ଯୋଗ୍ୟ ଯେ, କିଛି ଦିନ ତଳେ ଉଭୟ ସାଂସଦ ପ୍ରେସ୍ ମିଟ୍ ମାଧ୍ଯମରେ ଆଦିବାସୀ ଜମି କିଣାବିକା ଆଇନ୍ କୁ କୋହଳ କରାଯାଉ ଯାହାଦ୍ବାରା ଆଦିବାସୀ ମାନେ ସହଜରେ ଜମି ବିକ୍ରି କରିପାରିବେ ବୋଲି ମନ୍ତବ୍ଯ ଦେଇଥିଲେ । ଉକ୍ତ ମନ୍ତବ୍ଯକୁ ରାଜ୍ଯସାରା ସବୁ ଆଦିବାସୀ ସଂଗଠନ ବିରୋଧ ପ୍ରଦର୍ଶନ କରି ଆସୁଛନ୍ତି । ସେହି କ୍ରମରେ ନର୍ଲାରେ ଆଦିବାସୀ ସଂଗଠନମାନଙ୍କ ପକ୍ଷରୁ ପ୍ରତିବାଦ କରାଯିବା ସହ ଥାନାଧିକାରୀଙ୍କୁ ଏତେଲା ପ୍ରଦାନ କରାଯାଇଥିଲା ।

Udyog Nursery
Udyogi Nursery

ଆଜିର ପ୍ରତିବାଦ ସଭାରେ ଆଦିବାସୀ ସଂଘ ନର୍ଲାର ସଭାପତି ରଣଜିତ ମାଝୀ, ଆଦିସ୍କନ୍ଦ ସମାଜ ବୀର କମଲ ମୈଦାନ ଅସୁରଗଡର ସଭାପତି ଦୂର୍ଯ୍ଯଧନ ମାଝୀ, ସଂପାଦକ ଲୋକନାଥ ଭୋଇ, କନ୍ଧ ସମାଜ ନର୍ଲା ବ୍ଳକ ସଭାପତି ଅନ୍ତରାମ ମାଝୀ, ଯୁବ ସଂଗଠନର କର୍ମକର୍ତ୍ତା ଗଜପତି ମାଝୀ, ମାୟାଧର ମାଝୀ, ଡମ୍ବରୁଧର ମାଝୀ, କ୍ଷିତୀସ୍ ଚନ୍ଦ୍ର ମାଝୀ, ଚୌଧୁରୀ ମାଝୀ, କିଶୋର ମାଝୀ, ଘାସିରାମ ମାଝୀ, ରାଜିବ ମାଝୀ, ଜଗୁଲାଲ ମାଝୀ ଓ ଶିବ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.