କଳାହାଣ୍ଡି,୨୦/୬: କୋରାପୁଟ ଓ ନବରଙ୍ଗପୁରର ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଓ ବଳଭଦ୍ର ମାଝୀ ଆଦିବାସୀଙ୍କ ଜମି ଜମାକୁ ବିକ୍ରି କରିବା ପାଇଁ ଆଇନରେ କୋହଳ କରାଯାଉ ବୋଲି ପ୍ରେସ ମିଟ ଜରିଆରେ ସରକାରଙ୍କୁ ଜଣାଇବା ମ.ରାମପୁର କନ୍ଧସମାଜ, ବିଞ୍ଜାଲ ସମାଜ, ଗଣ୍ଡ ସମାଜ, ବଂଜାରା ସମାଜ ବିରୋଧ କରିବା ସହ ଉକ୍ତ ବ୍ୟକ୍ତି ଦ୍ୱୟଙ୍କ ନାମରେ ମ.ରାମପୁର ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି । ଏହି ଆଦିବାସୀ ସମାଜ ଆଦିାବାସୀଙ୍କ ଜମିଜମାକୁ ବିକ୍ରୀ କରିବାର ଅନୁମତି ସରକାର ଦେଲେ ଇଂଚେ ମଧ୍ୟ ଜମି ଆଦିବାସୀଙ୍କ ନାମରେ ରହିବ ନାହିଁ ଶେଷରେ ସମସ୍ତ ଆଦିବାସୀ ନିରାଶ ହେବା ସହିତ ବଡ଼ବଡ଼ିଆ ନିରୀହ ଆଦିବାସୀଙ୍କ ଜମି ଜମାକୁ ଭୂତେଇ ନେବେ ବୋଲି ମ.ରାମପୁର ଆଦିବାସୀ ସମାଜର ନେତୃମଣ୍ଡଳୀ ପ୍ରକାଶ କରିଛନ୍ତି । ମ.ରାମପୁର ଆଦିବାସୀ ସଂଘ ସଭାପତି ଧନ ସିଂ ମାଝୀ, ଗଣ୍ଡ ସମାଜର ସଭାପତି ଲିଙ୍ଗରାଜ ପାତ୍ର, ବିଂଝାଲ ସମାଜର ସୁନ୍ଦର ବରିହା, କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ଉପସଭାପତି ପ୍ରକାଶ ମାଝୀ, କଳାହାଣ୍ଡି ଜିଲ୍ଳା ଗଣ୍ଡ ସମାଜ ସଂପାଦକ ଲୋଚନ ପାତ୍ର, ଆଦିସ୍କନ୍ଧ ସମାଜ ସଂପାଦକ ଦ୍ରୋଣାଚାର୍ଯ୍ୟ ମାଝୀ, ବିପ୍ର ମାଝୀ, ବାରୁ ମାଝୀ ପ୍ରମୁଖ ମ.ରାମପୁର ଥାନାକୁ ଆସି ଏତଲା ଦେଇଥିଲେ ।
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in