ସ୍ୱାସ୍ଥ୍ୟ କର୍ମୀଙ୍କ ଭରସାରେ ଚାଲିଛି ଡାକ୍ତରଖାନା
କଳାହାଣ୍ଡି,୫/୭: କର୍ଲାମୁଣ୍ଡା ବ୍ଲକ ରେଗଡା ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ )ର ମେଡିକାଲ ଅଫିସର ଡାକ୍ତର ଗୋଲକେଶ ପ୍ରସାଦ ମନ୍ତ୍ରୀଙ୍କୁ ଗତ ୩ ତାରିଖରୁ ୧୪ ଦିନ ପାଇଁ ଭବାନୀପାଟଣା କୋଭିଡ୍ ହସ୍ପିଟାଲକୁ ଡେପୁଟେସନରେ ପଠା ଯାଇଥିବାରୁ ଅଂଚଳରେ ଅସନ୍ତୋଷ ପ୍ରକାଶ ପାଇଛି । ଡାକ୍ତରଖାନାରେ ଜଣେ ମାତ୍ର ଡାକ୍ତର ଥିବାବେଳେ ସ୍ଥାୟୀ ଫାର୍ମାଷିଷ୍ଟ ମଧ୍ୟ ନାହାନ୍ତି । ବର୍ତ୍ତମାନ ଜଣେ ସ୍ୱାସ୍ଥ୍ୟକର୍ମୀଙ୍କ ଭରସାରେ ଡାକ୍ତରଖାନା ଚାଲୁଛି । ଏହି ଡାକ୍ତରଖାନା ଉପରେ ପାଞ୍ଚଟି ପଞ୍ଚାୟତର ହଜାର ହଜାର ଲୋକେ ନିର୍ଭର କରିଥାନ୍ତି । ଏନେଇ ସରପଞ୍ଚ ସୁଶାନ୍ତ ପରିଡା ସିଡ଼ିଏମଓ ଙ୍କୁ ଲିଖିତ ଭାବେ ଅଭିଯୋଗ କରି ତୁରନ୍ତ ଡେପୁଟେସନ ବାତିଲ କରିବାକୁ ଅନୁରୋଧ କରିଛନ୍ତି । ଏ ସମ୍ପର୍କରେ ସିଡ଼ିଏମଓଙ୍କୁ ଯୋଗାଯୋଗ କରିବାରୁ ମୁଁ ନୂତନ ଭାବେ ଯୋଗ ଦେଇଥିବାରୁ ଏ ସମ୍ପର୍କରେ ଜାଣି ନ ଥିଲି, ଏହାର ପଦକ୍ଷେପ ନେବି ବୋଲି ପ୍ରକାଶ କରିଥିଲେ । ପ୍ରକାଶଯୋଗ୍ୟ ଯେ ଗତ ଏପ୍ରିଲ ମାସରେ ମଧ୍ୟ ଉକ୍ତ ଡାକ୍ତରଙ୍କ ଡେପୁଟେସନ ହୋଇଥିଲା ।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in