କୋକସରା ବ୍ଲକରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ

୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ରେ ରହିଛି କାଦୋପଦର ଗାଁ

କୋକସରା,୫/୭: କୋକସରା ବ୍ଲକରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ କାଦୋପଦର ଗାଁକୁ ୪୮ ଘଣ୍ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି ରେଙ୍ଗାଲପାଲି ସରପଞ୍ଚ ବିନୋଦ ପାଣିଗ୍ରାହୀ। ସୂଚନା ଅନୁସାରେ ଚେନ୍ନେଇ ଫେରନ୍ତା ଏହି ପ୍ରବାସୀ ଜଣକ ବୁଡ଼ୀଦର କ୍ୟୁରେଣ୍ଟାଇନ ସେଣ୍ଟରରେ ରହିଥିଲେ ଓ ଗତ କାଲି କ୍ୟୁରେଣ୍ଟାଇନରୁ ଘରକୁ ଫେରିଥିଲେ। ପୂର୍ବରୁ ନମୁନା ପରୀକ୍ଷା ପାଇଁ ସ୍ୱାବ ଦେଇଥିଲେ। ସ୍ୱାବ ନମୁନା ପଜିଟିଭ ଆସିବା ପରେ ତାଙ୍କୁ ଭବାନୀପାଟଣା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପ୍ରାଥମିକ ସର୍ଭେରେ ୧୬ ଜଣ କଣ୍ଟାକ୍ଟରେ ଆସିଥିବାରୁ ସେମାନଙ୍କୁ କ୍ବାରେନଣ୍ଟାଇନ ସେଣ୍ଟରରେ ରଖାଯାଥିବା ସୂଚନା ରହିଛି। ଏଥିସହ ସ୍ଥାନୀୟ ସଂକ୍ରମଣ ଆଶଙ୍କାରେ ଜିଲ୍ଳା ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂକୁ ଜୋରଦାର କରାଯାଇଛି।

Omkar Vasthu
Omkar Vasthu

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.