ପୁରଣହେଲା ଲାଞ୍ଜିଗଡବାସୀଙ୍କ ଦାବୀ : ଅପରାହ୍ନ ୨ଟା ପରେ ବନ୍ଦ ହେଲା ଦୋକାନ ବଜାର

ଲାଞ୍ଜିଗଡ଼,୫/୭: ପ୍ରଶାସନର ତ୍ବରିତ ପଦକ୍ଷେପ ଫଳରେ ଲାଞ୍ଜିଗଡ ଠାରେ ଅପରାହ୍ନ ୨ଟା ପରେ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିଛି । ସୂଚନାଯୋଗ୍ୟ ଜିଲ୍ଲା ସାରା ଅପରାହ୍ନ ୨ଟାରୁ ଦୋକାନ ବଜାର ବନ୍ଦ ରହୁଥିବା ସମୟରେ ଲାଞ୍ଜିଗଡ ସହରରେ ରାତି ୯ଟା ପର୍ଯ୍ୟନ୍ତ ବେଧଡକ ଦୋକାନ ବଜାର ଖୋଳା ରହି ପ୍ରବଳ ଭିଡ ପରିଳକ୍ଷିତ ହେଉଥିଲା । ଏହା ଦ୍ବାରା ସଂକ୍ରମଣ ବଢିବାର ଆଶଙ୍କା ଥିବାରୁ ଅପରାହ୍ନ ୨ଟାରୁ ସହରର ଦୋକାନ ବଜାର ବନ୍ଦ ରଖିବାକୁ ଲାଞ୍ଜିଗଡବାସୀ ପ୍ରଶାସନ ନିକଟରେ ଦାବୀ କରିଥିଲେ । ଲାଞ୍ଜିଗଡ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ,ହରିହର ସାଂସ୍କୃତିକ ଅନୁଷ୍ଠାନ ସଭାପତି ରାଜେନ୍ଦ୍ର ପ୍ରତାପ ସିଂଦେଓ, ନେହୁରୁ ଯୁବକେନ୍ଦ୍ର ସଭାପତି ସୁବାଷ ଚନ୍ଦ୍ର ଅଗ୍ରୱାଲ, ଯୁବ ସମାଜସେବୀ ଶିଶିର ପୁଝାରୀଙ୍କ ସମେତ ଲାଞ୍ଜିଗଡ ଅଞ୍ଚଳବାସୀ ଦାବି କରିଥିଲେ। ଏନେଇ ଶନିବାର ଲାଞ୍ଜିଗଡ ବ୍ଲକ ଆଇନ ଶୃଙ୍ଖଳା ଦାଇତ୍ୱରେ ଥିବା ତହସିଲଦାର ମୁନିନ୍ଦ୍ର ହୁନାଙ୍ଗାଙ୍କୁ ଜଣାଇ ଦିଆଯାଇଥିଲା। ଏହି ଖବର ‘ଓଡିଆ ବାର୍ତ୍ତା’ରେ ପ୍ରକାଶ ପାଇଥିଲା । ପରେ ରବିବାର ଅପରାହ୍ନରୁ ଲାଞ୍ଜିଗଡରେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଏନେଇ ତହସିଲଦାର ଶ୍ରୀ ହୁନାଙ୍ଗାଙ୍କୁ ପଚାରିବାରୁ ଶନିବାର ଦିନ ଖବର ମିଳିବା ମାତ୍ରେ ଲାଞ୍ଜିଗଡ ପୋଲିସ ସହଯୋଗରେ ଏନାଉନ୍ସ କରି ଦୋକାନିମାନଙ୍କୁ ସୂଚନା ଦିଆଯାଇଥିଲା। ବର୍ତ୍ତମାନ ଅପରାହ୍ନରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ଯଦି କୌଣସି ଦୋକାନି ଏହାର ଖିଲାପ କରନ୍ତି ତେବେ ତାଙ୍କ ପ୍ରତି ପ୍ରଶାସନ ପକ୍ଷରୁ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତହସିଲଦାର ଶ୍ରୀ ହୁନାଙ୍ଗା ପ୍ରକାଶ କରିଛନ୍ତି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.