ତେନ୍ତୁଳି ଗଛରୁ ୧୬ ବର୍ଷିୟ ନାବାଳିକାର ଝୁଲନ୍ତା ଶବ ଉଦ୍ଧାର : ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ

କୋରାପୁଟ,୨୧/୭: କୋଟପାଡ଼ ବ୍ଲକ ଚିତ୍ରା ପଞ୍ଚାୟତର ବାଗଚୁଆଁ ଗ୍ରାମରେ ୧୬ ବର୍ଷର ଜଣେ ନାବାଳିକାର ଶବ ତେନ୍ତୁଳି ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି । ଝିଅକୁ ଅପରାଧୀମାନେ ଦୁଷ୍କର୍ମ ପରେ ହତ୍ୟା କରି ଗଛରେ ଟଙ୍ଗେଇ ଦେଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି । କୋଟପାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବାସହ ତଦନ୍ତ ଆରମ୍ଭ କରିଛି । ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ବିଳମ୍ବିତ ରାତିରେ ପରିସ୍ରା କରିବା ପାଇଁ ଝିଅ ଘରୁ ବାହାରକୁ ଆସିଥିବା ସମୟରେ କିଛି ଦୁବୃତ ଅପହରଣ କରି ଏଭଳି କାଣ୍ଡ ଘଟାଇଥିବାନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାରବର୍ଗ ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.