ଅସହାୟ ପରିବାରକୁ ସହାୟତା ଯୋଗାଇଲେ ବଲାଙ୍ଗିର ୟୁଥ ଏକ୍ସନ କମିଟି

ବଲାଙ୍ଗିର,୨୧/୭: ବଲାଙ୍ଗିର ୟୁଥ ଏକ୍ସନ କମିଟି ସଭାପତି ବିନୋଦ କୁମାର କାଲସାଏଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ପୁଇଁତଲା ବ୍ଲକ ସୁର୍ଡା ଗାଁକୁ ଯାଇ ମୃତ ଶ୍ରମିକ ସାଧୁ ଚରଣ ନାଏକଙ୍କ ପରିବାରକୁ ସହଯୋଗର ହାତ ବଢ଼ାଇଛନ୍ତି ।

Omkar Vasthu
Omkar Vasthu

ବଲାଙ୍ଗିର ସହରର ତୁଲସିନଗର ପଡ଼ାର ଘର ମାଲିକ ରବି ନାରାୟଣ ମିଶ୍ରଙ୍କ ଘର ସେଣ୍ଟ୍ରି ଖୋଲୁଥିବା ସମୟରେ ଛାତ ପଡ଼ି ଶ୍ରମିକ ସାଧୁ ଚରଣ ନାଏକଙ୍କ ମୃତ୍ୟୁ ଘଟିଥିଲା । ତାଙ୍କର ଜମିବାଡ଼ି କିଛି ନାହିଁ ଓ ସେ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷଣ କରୁଥିଲେ । ତାଙ୍କର ତିନୋଟି ଝିଅ । ବର୍ତ୍ତମାନ ସ୍ଥିତିରେ ଘର ଚାଲିବା ଭାରି କଷ୍ଟ ତେଣୁ ବଲାଙ୍ଗୀର ୟୁଥ ଏକ୍ସନ କମିଟି ପକ୍ଷରୁ ତାଙ୍କ ପରିବାରକୁ ସୁଖିଲା ଖାଦ୍ୟ (ଚାଉଳ, ଡ଼ାଲି, ତେଲ, ଲୁଣ, ବିସ୍କୁଟ ଓ ମିକଚର) ଇତ୍ୟାଦି ସମଗ୍ରି ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ କିଭଳି ସରକାରୀ ସାହାଯ୍ୟ ସହଯୋଗ ପାଇପାରିବେ ସେଥିପାଇଁ ଜିଲ୍ଲା ପ୍ରଶାସନକୁ ନିବେଦନ କରାଯିବ ବୋଲି କମିଟି ପକ୍ଷରୁ ପରିବାର ସଦସ୍ୟଙ୍କୁ ସମବେଦନା ଜ୍ଞାପନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରବି ଖମାରୀ, ସରୋଜ ସାହୁ, ପ୍ରଶାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Pearl dental clinic
Near Ashish Medical Store, Bhawanipatna

ବଲାଙ୍ଗୀର ଜିଲ୍ଲା ପ୍ରତିନିଧି ଗୋକୁଲା ନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.