ବୋରପଦର ଠାରେ ଦ୍ବିତୀୟ ପଯ୍ୟାୟ ପିଠା କାର୍ଯ୍ୟକ୍ରମ

କର୍ଲାମୁଣ୍ଡା,୧୫/୧: କଳାହାଣ୍ଡି ଜିଲ୍ଲା କର୍ଲ।ମୁଣ୍ଡା ବ୍ଲକ ସ୍ଥିତ ବୋରପଦର ଗ୍ରାମପଞ୍ଚାୟତ ଠାରେ ଆଜି ଦ୍ବିତୀୟ ପଯ୍ୟାୟର ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ  ବୋରପଦର ସରପଞ୍ଚ ମାଧବ ସାହୁଙ୍କ ସଭାପତିତ୍ବ କରିଥିଲେ । ଏଥିରେ ମୂଖ୍ୟ ଅତିଥି ଭାବେ ନୋଡାଲ ଅଫିସର ମଳୟ କୁମାର ଶତପଥୀ, ସମ୍ମାନିତ ଅତିଥି ପିଇଓ ରୋହିତ ପ୍ରଧାନ, ଗ୍ରାମ୍ୟ କୃଷି କର୍ମୀ ଘନଶ୍ୟାମ ଜାନି, କୁସୁମ ପଣ୍ଡା, ଡ଼ଃ ପଟେଲ, ଅଜିତ ସିଂ କୁମାର, ସମିତି ସଭ୍ୟା ନିରବତୀ ସାହୁ  ପ୍ମରମୂଖ ମଞ୍ଚାସିନ ଥିବାବେଳେ  ୱାର୍ଡ ସଭ୍ୟ ସଭ୍ୟା, ପରିମଳ ପ୍ରବର୍ତକ, ବିଜୁଯୁବବାହିନୀ, ଅଙ୍ଗନ ୱାଡି କର୍ମି,  ବିଦ୍ୟୁତ ବିଭାଗ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠି  ପିଠା ତିଆରି କରି ବଣ୍ଟନ କରିଥିଲେ ।

Omkar Vasthu
Omkar Vasthu

ନୂତନ ତେର ଜଣ ହିତାଧିକାରୀ ଙ୍କୁ ମଧୁବାବୁ ପେନସନ ଯୋଜନା ରେ ଭତ୍ତା ଓ ଏକ ଶହ‌ ଜଣ ହିତାଧିକାରୀ ପ୍ରଥମ ପଯ୍ୟାୟ ଆମ ଘରେ ଏଲଇଡି ବଣ୍ଟନ କରା ଯାଇଥିଲା । ମଞ୍ଚ ପରିଚାଳନା କରିଥିଲେ ସମାଜସେବୀ କ୍ଷୀର ସାଗର କୁମାର ।

Pearl dental clinic
Near Ashish Medical Store, Bhawanipatna

ପରେ ପରେ  ଶାରଳା କଳା ସାଂସ୍କୃତିକ ଅନୁଷ୍ଠାନ ଭଟାପଳା ପକ୍ଷରୁ ସରକାରଙ୍କ ବିଭିନ୍ନ ଯୋଜନାର ବର୍ଣ୍ଣନା କରାଯାଇଥିଲା ଓ ବୋରପଦର ଶିଶୁ କଳାକାର ଙ୍କ ଦ୍ଵାରା ଘୁମୁର ନୃତ୍ୟ,ଏବଂ ପାଲା ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରବଳ ଜନ ସମାଗମ ପରିଳକ୍ଷିତ ହୋଇଥିଲା ।

Udyog Nursery
Udyogi Nursery

କର୍ଲାମୁଣ୍ଡାରୁ ନବୀନ କିଶୋର ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.